Jump to content

ଦେଖେଇବା

ଉଇକିଅଭିଧାନ‌ରୁ

ଦେଖେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସଂସ୍କୃତ - ଦୃଶ୍ ଧାତୁ ଣିଚ୍ ଦର୍ଶିଧାତୁ)— ଦେଖିବା କ୍ରିୟାର ଣିଜନ୍ତରୂପ — ୧. The causative form of 'Dekhibā'.
୨. ଅନ୍ୟ ବ୍ୟକ୍ତିକୁ ଦେଖିବାର ସୁବିଧା କରାଇବା; ଅନ୍ୟ ବ୍ୟକ୍ତି ଦେଖିପାରିବା ଭଳି କରିବା — ୨. To enable another to see; to show; to cause another to see.

କାଖକରି ନେବି ଦିଅଁ ଦେଖାଇବି ଭୁବନେଶ୍ୱର ଦେଉଳେ—ଢଗ

୩. ସାଧାରଣରେ ପ୍ରକାଶ କରିବା; ପ୍ରଦର୍ଶିତ କରିବା — ୩. To exhibit; to show in public.

ସରସ୍ୱତୀଙ୍କ ରାଣ ତତେ, ଖଗ ମୁଣ୍ଡ ଦେଖଆ ମତେ—ଶିଶୁଗୀତ

୪. ଅନୁଭୂତ ଦେବ —୪. To be felt.

(ଯଥା—ମୋତେ ନିତି ସନ୍ଧ୍ୟାବେଳକୁ ଜର ଦେଖାଉଛି)

୫. ପ୍ରକଟିତ କରିବା —୫. To publish.

(ଯଥା—ଆପଣା ଘରର ଛିଦ୍ରଯାକ ଆଣି ଆଉ ଦାଣ୍ଡରେ ଦେଖା ନାଁ)

୬. ଇଙ୍ଗିତ କରିବା; ସ୍ପଷ୍ଟକରି ନ କହି ପରୋକ୍ଷଭାବରେ କଥା କହିବା; ଏକ ବିଷୟକୁ ଉଲ୍ଲାଖ ଦେଇ ଅନ୍ୟ ବିଷୟ କହିବା; ଦେଖାଇ ଶିଖାଇ କହିବା — ୬. To say any thing indirectly or by implication; to give a hint.
୭. ବାଟ ଦେଖାଇବା — ୭. To show the way.

(ଯଥା—କୋଡ଼ି ଧରି ଦେଖାଇଲେ କିଆରୀଯାକ ପାଣି ମାଡ଼ି ଯିବ)

୮. ନିଜର ଶରୀରକୁ ଅନ୍ୟ ବ୍ୟକ୍ତି ଦେଖି ପାରିବା ଭଳି ତାହାର ସମ୍ମୁଖରେ ଉପସ୍ଥାପିତ କରିବା — ୮. To exhibit one's body before another.

(ଯଥା—ମୁଁ ଆଉଁସିଲା ବେଳେ ବାଛୁରିଟି ତାହାର ବେକ ଦେଖାଇ ଦେଇ ତୁନି ହୋଇ ଠିଆ ହୁଏ)

୯. ବୈଦ୍ୟ ବା ଡାକ୍ତର ପରୀକ୍ଷା କରିବା ପାଇଁ ଦେହର କୌଣସି ଅଙ୍ଗକୁ ତାହାଙ୍କ ନିକଟରେ ଉପସ୍ଥାପିତ କରିବା —୯. To let (one's body) to be examined by a doctor.

(ଯଥା—ମଳୁ ବଇଦଙ୍କୁ ହାତ ବା ଦିହ ଦେଖାଇଲା)

୧. ଅନ୍ୟର ସମ୍ମୁଖରେ ଉପସ୍ଥଆପିତ କରିବା — ୧୦. To place before another.

(ଯଥା—ଦୋକାନି ମୋତେ ପାଞ୍ଚ ରକମର ଆମ୍ୱ ଦେଖାଇଲା)

୧୧. ସାକ୍ଷାତ୍ପ୍ରମାଣଦ୍ୱାରା ପ୍ରମାଣିତ କରିବା — ୧୧. To prove by visible or direct evidence