ଦେବାନ୍ ହରିବଂଶ ରାୟ
ଦେବାନ୍ ହରିବଂଶ ରାୟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମରହଟ୍ଟାମାନଙ୍କର ଜନୈକ ଖ୍ୟାତନାମା ଦେବାନ୍ — Name of a minlster of the Marhattās.
[ଦ୍ରଷ୍ଟବ୍ୟ — ଏ ମରହଟ୍ଟା ରଘୁଜୀ ଭୋଁସଲାଙ୍କ ଅମଳରେ ଓଡ଼ିଶାର ଦେବାନୀ ପଦ ପାଇଥିଲେ ଶୁଣାଅଛି ଯେ ଯେଉଁ ପ୍ରାର୍ଥୀ ଭୋଁସଲାଙ୍କୁ ବେଶି ଟଙ୍କା ଭେଟି ଦେଉଥିଲା; ସେ ତାକୁ ଦେବାନ୍ ପଦରେ ମୁକରର କରୁଥିଲେ; ସେ ଆସି ଓଡ଼ିଶାରେ ପହୁଞ୍ଚିବାର ମାସେ ଦୁଇ ମାସ ପରେ ଆଉ ଜଣେ ପ୍ରାର୍ଥୀ ଭେଟି ନେଇ ପହୁଁଞ୍ଚିଲେ ନୂତନ ଲୋକକୁ ଦେବାନୀ ସନନ୍ଦ ମିଳୁଥିଲା ହରିବଂଶ ରାୟ ନାଗପୁରକୁ ଯାଇ ଭେଟି ଦେଇ ଦେବାନୀ ପଦ ପାଇ ବିଦାୟ ହୋଇ ଆସିଲା ବେଳେ ଭୋଁସଲା ତାଙ୍କୁ ଗୋଟିଏ ଭଲ ଘୋଡ଼ା ଉପହାର ଦେଲେ ହରିବଂଶ ରାୟ ସେ ଘୋଡ଼ାରେ ଲାଙ୍ଗୁଡ଼ଆଡ଼କୁ ମୁହଁ କରି ଚଢ଼ିଲେ ରାଜକର୍ମଚାରୀମାନେ ଏହା ଦେଖି ଭୋସଲାଙ୍କୁ ଜଣାଇଲେ ଭୋଁ ସଲା ଆସି ହରିବଂଶଙ୍କୁ ପଚାରିବାରୁ ସେ କହିଲେ ଘୋଡ଼ାର ପଛଆଡ଼କୁ ମୁହଁ କରି ବସିବାର ଅର୍ଥ ଏହି ଯେ, ମୋ ପଛେ ପଛେ ଆପଣ ଆଉ ଯେଉଁ ବ୍ୟକ୍ତିଙ୍କୁ ଦେବାନ୍ କରି ପଠାଇବେ ମୁଁ ତାହାଙ୍କୁ ଦେଖି ପାରିବି ଭୋସଲା ଏଥିରେ ମୁଗ୍ଧ ହୋଇ ତାଙ୍କୁ କେତେକ ବର୍ଷ ନିମନ୍ତେ ସ୍ଥାୟୀ ସନନ୍ଦ ସ୍ଥାୟୀ ସନନ୍ଦ ଦେଲେ ଧର୍ମସମାଚାର ୩୨/୩୩: ତା ୧୩/୧୨/୨୯: ]