Jump to content

ଦେବ ଗିରି

ଉଇକିଅଭିଧାନ‌ରୁ

ଦେବ ଗିରି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଷଷ୍ଠୀ ତତ୍; ଏହି ପର୍ବତରେ ବହୁ ଦେବମୂର୍ତ୍ତିଙ୍କର ସମାବେଶ ହେତୁ ଏହି ନାମ)

[ସମ୍ପାଦନା]
୧. ସାନ୍ତାଳ ପ୍ରଗନ୍ନା ଅନ୍ତର୍ଗତ ଦେଓଘର; ବାବା ବୈଦ୍ୟନାଥଙ୍କ ଅଧିଷ୍ଠିତ ପାହାଡ଼ — ୧. Deoghar; a town in the Santal Pergannahs; the seat of BābāB&aline;i̱dyanātha.
୨. ମଧ୍ୟଭାରତବର୍ଷରେ ଅବସ୍ଥିତ ପର୍ବତ; କାଳିଦାସଙ୍କ ମେଘଦୂତ ବର୍ଣ୍ଣିତ ରାମଗରି — ୨. Name of a range of the hills in Central India.

ହର ଶୈଳ କିମ୍ୱା ଦେବଗିରି ତୁମ୍ଭ ବିହାର ସ୍ଥଳ—ରାଧାନାଥ. ଉଷା

[ଦ୍ରଷ୍ଟବ୍ୟ —ଏହା କାର୍ତ୍ତିକେୟଙ୍କର ପ୍ରିୟ ବାସଭୂମି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲିଖିତ ଅଛି ]

୩. ଦାକ୍ଷିଣାତ୍ୟର ଏଲୋରା ନାମକ ପାହାଡ଼ — ୩. The Ellorā hills in South India.
୪. ବାଲେଶ୍ୱରର ମଙ୍ଗଳପୁର ନିକଟବର୍ତ୍ତୀ ପାହାଡ଼ — ୪. Name of a hill in the district of Balasore.
୫. ଦାକ୍ଷିଣାତ୍ୟ ଦେଶରେ ନିଜାମ ରାଜ୍ୟର ଅନ୍ତର୍ଗତ ପ୍ରାଚୀନ ନଗର ଓ ଦୁର୍ଗ (ବର୍ତ୍ତମାନ ଏହାକୁ ଦୌଲତାବାଦ କହନ୍ତି ଏହା ଯାଦବ ରାଜାମାନଙ୍କର ବହୁକାଳ ପର୍ଯ୍ୟନ୍ତ ରାଜଧାନୀ ଥିଲା—ପ୍ରକୃତିବାଦ) — ୫. Name of an ancient town and fort in Southern India; them odern D&aline;&uline;latābād.
୬. ଗୁଜରାଟର ରୈବତକ ପର୍ବତ; ଗିର୍ଣ୍ଣାର ପାହାଡ଼— (ହିନ୍ଦୀ - ଶବ୍ଦସାଗର) — ୬. The Girnar hills in the Gujarāṭa.