Jump to content

ଦେବ ଦାସୀ

ଉଇକିଅଭିଧାନ‌ରୁ

ଦେବ ଦାସୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେବ+ଦାସୀ)

[ସମ୍ପାଦନା]
୧. ଠାକୁରଙ୍କ ଆଗରେ ନୃତ୍ୟାଦି କରିବା ବା ସେବାକାରିଣୀ ନର୍ତ୍ତକୀ; ମାହାରୀ —୨. Dancing girls performing dance and music in temples.
୨. (ଦେବ=ଇନ୍ଦ୍ରିୟ+ଦାସ୍ ଧାତୁ=ବଧ କରିବା+ କର୍ତ୍ତୃ. ଅ+ସ୍ତ୍ରୀ. ଈ)—ବେଶ୍ୟା —୨. Prostitute.

[ଦ୍ରଷ୍ଟବ୍ୟ —ଜଗନ୍ନାଥଙ୍କ ମନ୍ଦିର ଓ ଦାକ୍ଷିଣାତ୍ୟ ମନ୍ଦିରମାନଙ୍କରେ ବୃତ୍ତିଭୋଗକାରିଣୀ ଦେବଦାସୀମାନେ ଦେବତାଙ୍କ ଆଗରେ ନୃତ୍ୟ ଗୀତାଦି କରନ୍ତି ବାପାମାଆମାନେ କେତେକ କନ୍ୟାଙ୍କୁ ଦେବଦାସୀ ହେବା ନିମନ୍ତେ ଦେବତାମାନଙ୍କ ମନ୍ଦିରରେ ଅର୍ପଣ କରନ୍ତି ଓ ଏମାନେ ବାଲ୍ୟକାଳରୁ ନୃତ୍ୟାଗୀତାଦି ଶିଖି ମନ୍ଦିରରେ ନୃତ୍ୟଗୀତାଦି କରନ୍ତି କାଳିଦାସଙ୍କ ମେଘଦୂତରେ ମହାକାଳ ଦେବଙ୍କ ମନ୍ଦିରରେ ବ୍ୟେଶ୍ୟାମାନଙ୍କ ନୃତ୍ୟ କରୁଥିବା ବିଷୟ ବର୍ଣ୍ଣିତ ଅଛି ପ୍ରାଚୀନ ମିଶର, ୟୁନାନ୍, ବାବିଲନ ଆଦି ଦେଶର ଦେବମନ୍ଦିରରେ ଦେବ— ନର୍ତ୍ତକୀମାନେ ନୃତ୍ୟ କରୁଥିବାର ଜଣାଯାଏ ଦେବଦାସୀଙ୍କ ତ୍ୟକ୍ତ ସମ୍ପତ୍ତିରେ ସେମାନଙ୍କ କନ୍ୟାମାନେ ଉତ୍ତରାଧିକାରିଣୀ ହୁଅନ୍ତି (ହିନ୍ଦୀ - ଶବ୍ଦସାଗର) ଅଧୁନା ଦେବଦାସୀମାନଙ୍କର ଚରିତ୍ରଦୋଷ

ସର୍ବତ୍ର ପରିଲକ୍ଷିତ ହେବାରୁ ସମାଜସଂସ୍କାରକମାନେ ଭାରତରୁ ଏ ପ୍ରଥା ରହିତ କରିବା ପାଇଁ ଚେଷ୍ଟା କରୁଅଛନ୍ତି ]