ଦେଶ

ଉଇକିଅଭିଧାନ‌ରୁ

ଦେଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦିଶ୍ ଧାତୁ= କହିବା+କର୍ମ. ଅ)[ସମ୍ପାଦନା]

୧. ପୃଥିବୀର ଅଂଶବିଶେଷ; ଅଞ୍ଚଳ; ସ୍ଥାନ —୧. A part of the earth; a tract of country; place; region.
୨. ଏକ ଜାତୀୟ ବା ଏକଭାଷା ବ୍ୟବହାରୀ ବ୍ୟକ୍ତିମାନଙ୍କର ନିର୍ଦ୍ଦିଷ୍ଟ ବାସସ୍ଥାନ —୨. A country belonging to one nation.
୩. ମହାଦେଶର ଅଂଶ —୩. Country; one of the component parts of a continent.
୪. ଜନ୍ମସ୍ଥାନ; ମାତୃଭୂମି — ୪. A country of one's birth; mother country.
୫. ଦିଗ —୫. Quarter of the globe; point of the compass.
୬. ଦେହର ଅଙ୍ଗ ପ୍ରତ୍ୟଙ୍ଗ ବା ଅଂଶ ବା ଭାଗ; ଅବୟବ — ୬. A part or limb of the body.

(ଯଥା—ପୃଷ୍ଠଦେଶ, ଗଣ୍ଡଦେଶ ଇତ୍ୟାଦି )

୭. କୌଣସି ପଦାର୍ଥର ଅଂଶ — ୭. Part of a thing.

ମସ୍ତକଦେଶେ ଜଟା ଗୋଟିଏ ବାନ୍ଧିବି—କୃଷ୍ଣସିଂହ. ମହାଭାରତ. ଆଦି

୮. ରାଷ୍ଟ୍ର; ରାଜ୍ୟ; ଏକ ଶାସନାଧୀନ ଅଞ୍ଚଳ — ୮. Kingdom; state.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବିଶିଷ୍ଟ ଅଞ୍ଚଳ —୧. A particular tract of a country ; locality.

ଦେଶକେ ଫାଙ୍କ୍, ନଈକେ ବାଙ୍କ୍—ଢଗ

୨. ଗ୍ରାମ; ଜନପଦ ମଫସଲ — ୨. Mofassal; the country side.
୩. ହାଟୁଆମାନଙ୍କର ବିଭିନ୍ନ ଅଞ୍ଚଳ ନିବାସୀ ଜାତିଭାଇମାନେ — ୩. All the castemen of a caste-guild inhabiting different places.
୪. ହାଟୁଆମାନଙ୍କର ଜାତିଆଣ ସଭା —୪. An assemblage or meeting of a caste-guild representing a larg number of villages.

(ଯଥା—ଏ ନିଷ୍ଠାପଟା ଦେଶ ବସାଇ ବୁଝି ନବା )

୫. ଗ୍ରାମବାସୀ ବା ସର୍ବସାଧାରଣ — ୫. The public or village community.
୬. ରାଜ୍ୟର ପ୍ରଜା ସମୁହ —୬. The whole body of the Subjects of a State.

(ଯଥା—ଦେଶ ମାତିଲେ ରାଜାର ଉପାୟ କଣ ?)

[ଦ୍ରଷ୍ଟବ୍ୟ —ଅନେକଗୁଡ଼ିଏ ଦେଶରେ ଗୋଟିଏ ମହାଦେଶ ହୁଏ ଦେଶର କ୍ଷୁଦ୍ର ଅଂଶମାନଙ୍କ ନାମ ପ୍ରଦେଶ; ପ୍ରଦେଶର ଅଂଶ ବିଭାଗ; ବିଭାଗର ଅଂଶ ଜିଲ୍ଲା; ଜିଲ୍ଲାର ଅଂଶ ସବ୍ଡିଭିଜନ୍ ]