Jump to content

ଦୋଳ ଯାତ୍ରା

ଉଇକିଅଭିଧାନ‌ରୁ

ଦୋଳ ଯାତ୍ରା

ଉଚ୍ଚାରଣ

[ସମ୍ପାଦନା]

ଦୋଳଯାତ, ଦୋଳଯାତରାଦେଶଜରୂପ

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (+ଦୋଳ ଓ ଯାତ୍ରା)

[ସମ୍ପାଦନା]

ଦୋଳଉତ୍ସବ; ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ଶ୍ରୀକୃଷ୍ଣଙ୍କ ଦୋଳିଖେଳି ଉତ୍ସବ; ହୋରୀ ଯାତ୍ରା — The Doḻajātrā festival in the bright fortnight of Fālguna.

[ ଦ୍ର—ବଙ୍ଗଦେଶରେ ଦୁର୍ଗାପୂଜାପରି ଓଡ଼ିଶାରେ ଦୋଳଯାତ୍ରା ସମସ୍ତେ ପାଳନ୍ତି ଦୋଳଯାତ୍ରା ଦୁଇ ପ୍ରକାର ଯଥା—୧ ରାଜ ଦୋଳ; ଏହା ଫଗୁଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ହୁଏ ୨ ପଞ୍ଚୁଦୋଳ ଫଗୁଣ ପୂର୍ଣ୍ଣିମାଠାରୁ ଚୈତ୍ର କୃଷ୍ଣପଞ୍ଚମୀ ପର୍ଯ୍ୟନ୍ତ ହୁଏ ଶ୍ରୀକୃଷ୍ଣଙ୍କ ବିଗ୍ରହକୁ ନେଇ ଦୋଳମଣ୍ଡପରେ ଲୋକେ ଦୋଳି ଖେଳାନ୍ତି ଓ ଆପଣାମଧ୍ୟରେ ଅବିର ବୋଳାବୋଳି ଓ ପିଚାକାରୀ ମରାମରି ହୁଅନ୍ତି ଓ ନୃତ୍ୟଗୀତାଦିରେ ଲାଗନ୍ତି ଓଡୢଶାରେ କୋଠିଆ ଓ ଗାଈରଖୁଆଳ ଚାକରମାନେ ଦୋଳଠାରୁ ଚାକିରୀର ବର୍ଷ ସୁମାରି କରନ୍ତି ଏହା ମଧ୍ୟ ଗଉଡ଼ମାନଙ୍କର ପ୍ରଧାନ ଉତ୍ସବ ଗଉଡ଼ମାନେ ଗାଈମାନଙ୍କୁ ଗାଧୋଇ ଦୁଧ ବନ୍ଦାନ୍ତି ଓ ବେଶ ହୋଇ ଲଉଡ଼ି ଖେଳନ୍ତି ଓ ଗୀତ ବୋଲନ୍ତି]