ଦୋଷ
ଦେଖଣା
ଦୋଷ
ଉଚ୍ଚାରଣ
[ସମ୍ପାଦନା](ଗୁଣ—ବିପରୀତ)
ସଂସ୍କୃତ - ବିଶେଷ୍ୟ - (ଦୁଷ ଧାତୁ=ଦୋଷଯୁକ୍ତ ହେବା+ଭାବ. ଅ)
[ସମ୍ପାଦନା]- ୧. ପାପ —୧. Sin.
- ୨. ଅପରାଧ —୨. Crime; guilt.
- ୩. ଦୁର୍ଗୁଣ —୩. Vice.
- ୪. ଅନ୍ୟାୟ —୪. Injustice.
- ୫. ଅନିଷ୍ଟ; ଅପକାର —୫. MIschief; injury.
- ୬. କୁକର୍ମ; —୬. Evil act.
- ୭. ଅପବାଦ —୭. Balme; bad name;
- ୮. ନିନ୍ଦା —୮. Scandal.
- ୯. କଳଙ୍କ —୯. Blemish; taint.
- ୧. ତ୍ରୁଟୀ —୧୦. Fault; defect.
- ୧୧. ନ୍ୟୂନତା —୧୧. Deficiency.
- ୧୨. ଅତ୍ୟାଚାର —୧୨. Oppression.
- ୧୩. କ୍ଷତି —୧୩. Loss
- ୧୪. ରୁଗ୍ଣ ଅବସ୍ଥା —୧୪. Diseased condition.
- ୧୫. ଶରୀରସ୍ଥ ବାତ, ପିତ୍ତ, କଫର ପ୍ରକୋପ ବା କୁପିତ ଅବସ୍ଥା — ୧୫. Discrder or morbidity of the three humours of the body (viz phlegm, bile and wind.)
- ୧୬. ବାକ୍ୟ ବା ଲେଖାର ରଚନା ଦୋଷ — ୧୬. Fault in a composition or speech.
[ ଦ୍ର—ଯାହା ରସର ଅପକର୍ଷକ, ଅର୍ଥାତ୍ ରସ ପ୍ରତିଭା— ଶୂନ୍ୟ ହୁଏ ତାହାକୁ ଦୋଷ କରନ୍ତି ସାହିତ୍ୟରେ ଏହି ଦୋଷମାନ ପାଞ୍ଚ ଶ୍ରେଣୀରେ ବିଭକ୍ତି ଯଥା—୧ ଶବ୍ଦ ବା ପଦଦୋଷ. ୨ ପଦାଂଶ ଦୋଷ, ୩ ବାକ୍ୟ ଦୋଷ, ୪ ଅର୍ଥ ଦୋଷ, ୫ ରସ ଦୋଷ]
- ୧୭. ରାଗ, ଦ୍ୱେଷ, ମୋହ ଆଦି — ୧୭. Evil passions.
[ ଦ୍ର—ଦୋଷ ଶବ୍ଦ ଅନ୍ୟ କେତେତ ଶବ୍ଦ ପରେ ବ୍ୟବହୃତ ହୁଏ ଯଥା—କର୍ମଦୋଷ, ଭାଗ୍ୟଦୋଷ, ଗ୍ରହଦୋଷ. ସଙ୍ଗେଦୋଷ ଉଚ୍ଚାରଣ ଦୋଷ, ଜଳବାୟୁ ଦୋଷ, ବଂଶଦୋଷ ଇତ୍ୟାଦି ]
- ୧୮. ଭାଗବତ ଅନୁସାରେ ଅଷ୍ଟାବସୁଙ୍କ ମଧ୍ୟରୁ ଏକତମ (ହିନ୍ଦୀ - ଶବ୍ଦସାଗର) —୧୮. The name of one of the Basu Deities.
- ୧୯. ପ୍ରଦୋଷ (ହି ଶବ୍ଦସାଗର) —୧୯. NIght.