ଦୋଷ ଲାଗିବା
ଦେଖଣା
ଦୋଷ ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ଅଶୁଭ ସମୟ (ତିଥି, ବାରଆଦି)ରେ ମୃତ୍ୱୁ ଘଟିଲେ ଧର୍ମଶାସ୍ତ୍ରର ବଚନ ଅନୁସାରେ ତଜ୍ଜନିତ ଦୋଷର ପ୍ରଭାବ କାହାର ଆତ୍ମାକୁ ବା ପ୍ରେତକୁ ବା ବଂଶଧରଙ୍କୁ ଆକ୍ରମଣ କରିବା —୧. The influence of a person's dying in a inauspicious time affecting his passing soul or ghost or his relatives.
- ୨. ବାଳିକାର ଅଶୁଭ କାଳରେ ପ୍ରଥମ ରଜୋଦର୍ଶନ ହେଲେ ଧର୍ମଶାସ୍ତ୍ରର ବଚନ ଅନୁସାରେ ତହିଁର ମନ୍ଦ ପ୍ରଭାବ ତାହାର ଭବିଷ୍ୟତ ଜୀବନକୁ ଆକ୍ରମଣ କରିବା ବିଷୟ ଅନୁମିତ ହେବା —୨. The ascertainment of the bad effects of a girl having her first menses on an astrologically inauspicious day.
- ୩. ଗୋସ୍ୱାମୀ ବା ଗୋରକ୍ଷକର ତ୍ରୁଟୀରୁ ଗୋରୁର ଅପମୃତ୍ୱୁ ହେଲେ ଧର୍ମଶାସ୍ତ୍ର ମତରେ ତଜ୍ଜିନିତ ଦୋଷ ଉଭୟଙ୍କ—ଠାରେ ବା ଜଣକଠାରେ ଆରୋପିତ ହେବା — ୩. The attribution of the guilt for the unnatural death of a cow to the owner or to the cowherd, according to the dictates of Hindu scriptures.
- ୪. କୌଣସି ମନ୍ଦ କାର୍ଯ୍ୟଜନିତ ଅପରାଧ ବା ପାପ କୌଣସି ବ୍ୟକ୍ତିଠାରେ ଆରୋପିତ ହେବା —୪. The assignment of the guilt or sin for a bad act on some person.