ଦୋସ୍ତ୍ ମହମଦ୍
ଦୋସ୍ତ୍ ମହମଦ୍
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ନାମ)
[ସମ୍ପାଦନା]କାବୁଲର ଜଣେ ଅମୀର — Name of an Amir of Kabul.
[ଦ୍ରଷ୍ଟବ୍ୟ —ଲର୍ଡ ଅକ୍ଲାଣ୍ଡ୍ ଭାରତବର୍ଷର ଗଭର୍ଣ୍ଣର ଜେନେରାଲ୍ ଥିବା ସସୟରେ (ଖ୍ରୀ. ୧୮୩୬-୧୮୪୨: ) ରୁଷିଆ କାବୁଲ ବାଟେ ଭାରତକୁ ଆକ୍ରମଣ କରିବାର ଆଶଙ୍କା ବଳବତୀ ହେବାରୁ ଲର୍ଡ ଅକ୍ଲାଣ୍ଡ୍ ଦୋସ୍ତ୍ ମହମ୍ମଦଙ୍କ ସଙ୍ଗେ ମିତ୍ରତା ବନ୍ଧନ କରିବାକୁ ପ୍ରସ୍ତାବ କଲେ କିନ୍ତୁ ଦୋସ୍ତ୍ ମହମ୍ମଦ୍ ଉତ୍ତର କଲେ ଯେ ଶୀଖମାନଙ୍କ— ଠାରୁ ପେଶବାର କିଲ୍ଲା ଛଡ଼ାଇ ଆଣି ତାକୁ ଦେଲେ ସେ ଭାରତ ସରକାରଙ୍କ ମିତ୍ର ହେବେ ଏଥିରେ ଲର୍ଡ ଅକ୍ଲାଣ୍ଡ୍ ଅସ୍ୱୀକୃତ ହୋଇ ଦୋସ୍ତ୍ ମହମ୍ମଦଙ୍କୁ ତଡ଼ି ସାହା ସୁଜାଙ୍କୁ କାବୁଲର ଅମୀର କରିବାକୁ ବସିଲେ, କିନ୍ତୁ ଦୋସ୍ତ୍ ମହମ୍ମଦ ସାହା ସୁଜାଙ୍କୁ ପରାସ୍ତ କରି ନିଜେ ଅମୀର ହେଲେ ପରେ ଲର୍ଡ ଅକ୍ଲାଣ୍ଡ୍ ଭାରତରୁ ସେନା ପଠାଇ ଦୋସ୍ତ୍ ମହମ୍ମଦଙ୍କୁ ପରାସ୍ତ କରି ସାହା ସୁଜାଙ୍କୁ କାବୁଲରେ ଅମୀର କଲେ ଓ ଦୋସ୍ତ୍ ମହମ୍ମଦଙ୍କୁ ବନ୍ଦୀ କରି ଆଣି କଲିକତାରେ ରଖିଲେ ଏହା ପ୍ରଥମ ଆଫଗାନ ଯୁଦ୍ଧ (୧୮୩୮: ) ପରେ ସାହା ସୁଜା ଇଂରାଜମାନଙ୍କର ବିରୁଦ୍ଧାଚରଣ କରିବାରୁ ପରବର୍ତ୍ତୀ ଗଭର୍ଣ୍ଣର ଜେନରାଲ ଲର୍ଡ ଏଲେନ୍ୱରା କାବୁଲ ଅଧିକାର କରି ଦୋସ୍ତ୍ ମହମ୍ମଦଙ୍କୁ ପୁଣି କାବୁଲର ଅମୀର କଲେ]