Jump to content

ଦ୍ରାଘିମା

ଉଇକିଅଭିଧାନ‌ରୁ

ଦ୍ରାଘିମା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦୀର୍ଘ+ଭାବ. ଇମନ୍; ଦ୍ରାଘିମନ୍; ୧ମ. ୧ବ)

[ସମ୍ପାଦନା]
୧. ଦୀର୍ଘତା; ଦୌର୍ଘ୍ୟ —୧. Length.
୨. (ଭୁଗୋଳପରିଭାଷା) ଯେଉଁ କଳ୍ପିତ ରେଖା ଭୁଗୋଳକର କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ବାଟେ ଉତ୍ତର ଓ ଦକ୍ଷିଣ ଆଡ଼କୁ ଉଭୟ ମୋରୁକେନ୍ଦ୍ରକୁ ଭେଦ କରି ଅଙ୍କିତ ହୁଏ ଓ ଯାହା ବିଷୁବ ରେଖା ସଙ୍ଗେ ସମକୋଣ ଉତ୍ପନ୍ନ କରି କାଟେ; ଯାମ୍ୟୋତ୍ତର ବୃତ୍ତ —୨. (geography) Meridian of the globe.
୩. (ଭୁଗୋଳପରିଭାଷା) ପ୍ରାଚୀନ ବା ଆଧୁନିକ ଗଣନା ଅନୁସାରେ ଯେଉଁ ସ୍ଥାନ (ଯଥା—ଗ୍ରୀନବିଚ୍)ରେ ଶୂନ୍ୟ ସଂଖ୍ୟା କଳ୍ପିତ ହୋଇ ଅଛି ସେହିସ୍ଥାନ ବାଟେ ଯେଉଁ ରେଖା ଉତ୍ତର ଦକ୍ଷିଣ ମେରୁବିନ୍ଦୁ ଦ୍ୱୟ (north and south poles) ଆଡ଼କୁ ଟଣା ହୋଇ ଅଛି, ସେହି ରେଖାଠାରୁ କୌଣସି ସ୍ଥାନର ପୂର୍ବ ବା ପଶ୍ଚିମ ଆଡ଼କୁ ଦୁରତ୍ୱଜ୍ଞାପକ କୌଣସି ପରିମାଣ —୩. (geography) The longitude of a place; the angular distance of a place, east or west of the first meridian (which is measured by the number of degrees in the arc intercepted on the equator between the meridian; (e. g from Greenwhich in the British Empire, from Laṅkā or Ujjayinī in Hindu astronomical works) Parker— Elements of Astronomy).

[ଦ୍ରଷ୍ଟବ୍ୟ —ଭୁପୃଷ୍ଠର ପ୍ରତ୍ୟେକ ସ୍ଥାନର ଗୋଟିଏ ଦ୍ରାଘିମା ଥିବାର କଳ୍ପିତ ହୋଇଅଛି ବ୍ରିଟିଶ୍ ସାମ୍ରାଜ୍ୟର ଗଣକମାନଙ୍କ ମତରେ ଇଂଲଣ୍ଡର ଗ୍ରୀନବିଚ୍କୁ ୧ମ ଦ୍ରାଘିମାରୂପେ ଗଣନା କରାଯାଏ ବିଷୁବରେଖାର ଏକ ସମାନ୍ତରରେ ଅବସ୍ଥିତ ସମସ୍ତ ସ୍ଥାନର ଅକ୍ଷାଂଶ (latitude) ଏକ ଅଟେ ଏବଂ ଏକ ଯାମ୍ୟୋତ୍ତର ବୃତ୍ତ (meeridian)ରେ ଅବସ୍ଥିତ ସମସ୍ତ ସ୍ଥାନର ଦ୍ରାଘିମା (longitude) ଏକ ଅଟେ ଅକ୍ଷାଂଶ ଉତ୍ତର ଦିଗରେ ବା ଦକ୍ଷିଣ ଦିଗରେ ଶୂନ୍ୟ ଡ଼ୀଗ୍ରୀଠାରୁ ୯ ଡ଼ିଗ୍ରୀ ପର୍ଯ୍ୟନ୍ତ ଗଣନା କରାଯାଏ ଓ ଦ୍ରାଘିମା ପୂର୍ବଦିଗରେ ବା ପଶ୍ଚିମଦିଗରେ ଶୂନ୍ୟ ଡ଼ୀଗ୍ରୀଠାରୁ ୧୮: ଡ଼ିଗ୍ରୀ ପର୍ଯ୍ୟନ୍ତ ଗଣନା କରାଯାଏ ପାର୍କର୍—ଗଣିତ ଜ୍ୟୋତିଷର ମୌଳିକ— ତତ୍ତ୍ୱ; Parker-Elements of Astronomy.]

[ବିଶେଷ ଦ୍ରଷ୍ଟବ୍ୟ

ଏହି ଭାଷାକୋଷର ୧ମ ଖଣ୍ଡ ୫୭: ପୃଷ୍ଠାରେ ଅକ୍ଷାଂଶର ଯେଉଁ ଅର୍ଥ ଓ ଯେଉଁ ନୋଟ୍ ଦିଆ ଯାଇଅଛି ତାହା ଠିକ୍ ନୁହେଁ; ତହିଁ ପରିବର୍ତ୍ତେ ତହିଁର ନିମ୍ନଲିଖିତ ଅର୍ଥ ଓ ନୋଟ୍ କଟକ ରେଭନ୍ସା କଲେଜର ପ୍ରୋଫେସର୍ ଶ୍ରୀଯୁକ୍ତ ହରେକୃଷ୍ଣ ଦାସ ଯୋଗାଇ ଚିରବାଧିତ କରିଅଛନ୍ତି ===