ଦ୍ରାବକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଦ୍ରାବକ - ଯାହା ଅନ୍ୟ ଜିନିଷକୁ ତରଳାଇ ବା ମିଳାଇଦିଏ । (ଜଳରେ ଲବଣ ଦ୍ରବୀଭୂତ ହୁଏ,ତେଣୁ ଏଠାରେ ଲବଣ ଦ୍ରବଣୀୟ ଓ ଜଳ ଦ୍ରାବକ।)ଦ୍ରାବକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦ୍ରାବିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଦ୍ରୁ ଧାତୁ ଣିଚ୍ ଦ୍ରାବିଶେଷ୍ୟ - ଧାତୁ+ଅକ)[ସମ୍ପାଦନା]

୧. ଯାହା ତରଳାଏ —୧. Melting; liquefying.
୨. ଯହିଁରେ ଅନ୍ୟ ବସ୍ତୁ ମିଳାଇଯାଏ; ଦ୍ରବକାରକ — ୨. Solvent.
୩. ଯାହା ମିଶାଗଲେ ଧାତୁ ସହଜରେ ତରଳିଯାଏ — ୪. Assisting the fusion of metals.
୫. ପଳାୟମାନ —୫. Fugitive; fleeing away.
୬. ଚତୁର; ଚଲାଖ (ହିନ୍ଦୀ - ଶ) —୬. Clever.
୭. ହୃଦୟଗ୍ରାହୀ (ହିନ୍ଦୀ - ଶ) —୭. Interesting.
୮. (ବୈଦ୍ୟକ) ଯେଉଁ ଔଷଧ ସେବନ କଲେ ଖୁବ୍ ପ୍ରସ୍ରାବ ହୁଏ —୮. (medicine) Diuretic.

ବିଶେଷ୍ୟ -[ସମ୍ପାଦନା]

୧. ଧାତୁମାନ ଶ୍ରୀଘ୍ର ତରଳି ଯିବା ବିଷୟରେ ଯାହା ସାହାଯ୍ୟ କରେ —୧. A flux which accelerates the fusion of metals.
୨. ଯେଉଁ ତରଳ ପଦାର୍ଥରେ ଅନ୍ୟବସ୍ତୁ ମିଳାଇ ଯାଇଥାଏ; ରାସାୟନିକ ପ୍ରକ୍ରିୟାଦ୍ୱାରା ଧାତୁ ଆଦି ମିଶ୍ରିତ ତରଳ ପଦାର୍ଥ —୨. A chemical solution.
୩. ଯେଉଁ ଦ୍ରବ ପଦାର୍ଥରେ ଧାତୁ ଆଦି ମିଳାଇ ଯାଏ; ଅମ୍ଲରସ ବିଶେଷ; ଏସିଡ୍ —୩. Acid; a kind of sour juice.

(ଯଥା—ଗନ୍ଧକ ଦ୍ରାବକ, ଯବକ୍ଷାର ଦ୍ରାବକ, ଅଙ୍ଗାରକ ଦ୍ରାବକ)

୪. ଲମ୍ପଟ ବ୍ୟକ୍ତି —୪. A licentious man; an adulteror.
୫. ଚୋର —୫. A thief.
୬. ଚନ୍ଦ୍ରକାନ୍ତ ମଣି — ୬. Moon-stone; a kind of gem.
୭. ମହମ; ମହଣ —୭. Beeswax.
୮. (ସାହିତ୍ୟରେ) ରସ — ୮. Sentiment (in literature).
୯. ସୁହାଗା —୯. Borax.