ଦ୍ରାବିଡ଼
ଦେଖଣା
ଦ୍ରାବିଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦ୍ରବିଡ଼+ସ୍ୱର୍ଥେ. ଅ)
[ସମ୍ପାଦନା]ଦକ୍ଷିଣ ଭାରତର ଦ୍ରବିଡ଼ ଦେଶ — A province of South India. (from the south of Madras to Cape Comorin); the country of the Dravidians.
[ଦ୍ରଷ୍ଟବ୍ୟ —ମନୁରେ ସବର୍ଣ୍ଣା ସ୍ତ୍ରୀମାନଙ୍କଠାରୁ ଉତ୍ପନ୍ନ ବ୍ରାତ୍ୟ କ୍ଷତ୍ରିୟଙ୍କୁ ଦ୍ରବୢଡ଼ ବୋଲା ଯାଇଅଛି ମହାଭାରତରେ ଲେଖା ଯାଇଅଛି ଯେ
ପରଶୁରାମ ଭୟରେ ବହୁସଂଖ୍ୟକ କ୍ଷତ୍ରିୟ ଦୂରବର୍ତ୍ତୀ ପାହାଡ଼ ଓ ଜଙ୍ଗଲକୁ ପଳାଇ ଯାଇ ସେଠାରେ ବାସ କଲେ; ସେଠାରେ ବ୍ରାହ୍ମଣଙ୍କ ଅଭାବରେ ସେମାନେ ନିଜନିଜର ଧର୍ମ କର୍ମ ଭୁଲିଯାଇ ବୃଷଳତ୍ୱ ପ୍ରାପ୍ତ ହେଲେ ଏହିମାନେହିଁ ହିଂ. ଦ୍ରବିଡ଼ , ଶବର, ପୁଂଡ଼୍ର ଆଦି ହେଲେ ଦ୍ରବିଡ଼ ଦେଶ ଓଡ଼ିଶାର ଦକ୍ଷିଣରେ ବଙ୍ଗୋପସାଗର ଉପକୂଳରେ ବିସ୍ତୃତ ଥିଲା—ହିନ୍ଦୀ - ଶବ୍ଦସାଗର]
(ଦ୍ରାବିଡ଼ୀ—ଅନ୍ୟରୂପ)
ବିଶେଷ୍ୟ -
[ସମ୍ପାଦନା]ଦ୍ରାବିଡ଼ ଦେଶୀୟ (ବ୍ୟକ୍ତି ଆଦି) — Dravidian; pertaining to South India.
[ଦ୍ରଷ୍ଟବ୍ୟ —ଭାରତୀୟ ଭାଷା ସାଧାରଣତଃ ଦୁଇ ଶାଖାରେ ବିଭକ୍ତ ଯଥା—ଆର୍ଯ୍ୟ (ଏରିଆନ୍) —ସଂସ୍କୃତ ଆଦି ଓ ଅନାର୍ଯ୍ୟ ବା ଦ୍ରାବିଡ଼ (ଡ୍ରାଭିଡ଼ିଆନ୍);—ତେଲଗୁ, ତାଲିମ ଆଦି]