Jump to content

ଦ୍ରୋଣ

ଉଇକିଅଭିଧାନ‌ରୁ

ଦ୍ରୋଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ଫୁ. (ଦ୍ରୁ ଧାତୁ+ଣ)

[ସମ୍ପାଦନା]
୧. ଦ୍ରୋଣାଚାର୍ଯ୍ୟ; କୌରବ ଓ ପାଣ୍ଡବ ରାଜକୁମାରମାନଙ୍କର ଅସ୍ତ୍ରବିଦ୍ୟାଗୁରୁ — ୧. Droṇa, the preceptor of the K&aline;&uline;raba and Pāṇḍaba princes.

[ଦ୍ରଷ୍ଟବ୍ୟ —ଘୃତାଚି ନାମ୍ନୀ ଅପ୍ସରାକୁ ଦେଖି ଭରଦ୍ୱାଜ ମୁନିଙ୍କର ରେତଃପାତ ହେଲା ସେହି ରେତଃକୁ ମୁନି ଗୋଟିଏ ଦ୍ରୋଣୀ (ପାତ୍ର) ମଧ୍ୟରେ ରଖିଥିଲେ ସେହି ଦ୍ରୋଣୀରେ ଏହାଙ୍କର ଜନ୍ମ ହୋଇଥିବାରୁ ଏହାଙ୍କର ଦ୍ରୋଣ ନାମରେ ହୋଇଥିଲା ଦ୍ରୋଣ ପରଶୁରାମଠାରୁ ଅସ୍ତ୍ରବିଦ୍ୟା ଶିକ୍ଷା କରିଥିଲେ ଏ କୃପାଚାର୍ଯ୍ୟଙ୍କ ଭଗ୍ନୀ କୃପୀଙ୍କୁ ବିବାହ କରିଥିଲେ ଓ ଏହାଙ୍କ ଠାରୁ ଅଶ୍ୱତ୍ଥାମା ଜନ୍ମିଥିଲେ ଏ କୌରବ ଓ ପାଣ୍ଡବମାନଙ୍କର ଅସ୍ତ୍ରଗୁରୁ ଥିଲେ ମହାଭାରତ ଯୁଦ୍ଧରେ ଏ କୌରବମାନଙ୍କ ପକ୍ଷରେ ଯୁଦ୍ଧ କରିଥିଲେ ୯ ଦିନ ଯୁଦ୍ଧ କରିବା ପରେ ଯୁଧିଷ୍ଠିରଙ୍କର ମୁହଁରୁ 'ଅଶ୍ୱତଥାମା (ହାତୀ) ହତ ହେଲା' ବାକ୍ୟ ଶୁଣି ନିଜର ପୁତ୍ର ଅଶ୍ୱତ୍ଥାମା ହତ ହେଲା ବୋଲି ଭାବନା କରି ଏ ଶୋକରେ ଧ୍ୟାନମଗ୍ନ ହେଲେ, ଓ ଏହି ଅବ— ସରରେ ଦ୍ରୁପଦଙ୍କ ପୁତ୍ର ଧୃଷ୍ଟଦ୍ୟୁମ୍ନ ଏହାଙ୍କ ମୁଣ୍ଡ କାଟି ଦେଲେ ]

୨. ଡ଼ାମରା କୁଆ — ୨. Jackdaw; raven; carrion crow.
୩. ବିଛା —୩. Scorpion.
୪. ବୃହତ୍ ଜଳାଶୟ —୪. A big tank.

[ଦ୍ରଷ୍ଟବ୍ୟ —ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ୪ ଧନୁ ଲେଖାଏଁ ଏହା ପୁଷ୍କରିଣୀ ଓ ଦୀର୍ଘିକାଠାରୁ ବଡ଼—ହିନ୍ଦୀ - ଶବ୍ଦସାଗର]


୫. ଡଙ୍ଗା ଆକୃତିର ଜଳାଧାର — ୫. A long boat-shaped trough of water.

[ଦ୍ରଷ୍ଟବ୍ୟ —ବୈଦିକ ଯୁଗରେ ଏଥିରେ ସୋମରସ ରକ୍ଷିତ ହେଉ— ଥିଲା—ହିନ୍ଦୀ - ଶବ୍ଦସାଗର]

୬. ଗୟସ ଗୁଳ୍ମ —୬. Leucas plant.

[ଦ୍ରଷ୍ଟବ୍ୟ —ଏହାର ଫୁଲର ଆକୃତି ଡଙ୍ଗା ପରି]

୭. ପାତ୍ରୀ; ଡଙ୍ଗା ଆକୃତିର ପାତ୍ର — ୭. A cup shaped like a boat.
୮. ୩୨: ସେର ଶସ୍ୟାଦିର ପରିମାଣ ପାତ୍ର — ୮. A measure of ୩୨ seers of corn and other things.
୯. ପସୁରୀ; ପାଞ୍ଚସେର; ପାଞ୍ଚସେରିଆ ଗୌଣୀ — ୯. A standard weight or measure of ୫ seers.
୧. ମେଘବିଶେଷ; ବାଇଗଣକୋଡା ମେଘ; ଚାରି ପ୍ରକାର ମେଘ ମଧ୍ୟରୁ ଏକ ପ୍ରକାର ମେଘ — ୧୦. Name of a cloud; the cirrus cloud; the mackerel cloud.

[ଦ୍ରଷ୍ଟବ୍ୟ —ଜ୍ୟୋତିଷ ମତରେ ଏହା ମେଘମାନଙ୍କର ଏକ ଅଧିପତିର ନାମ, ଯେଉଁ ବର୍ଷ ଏ ମେଘନାୟକ ହୁଏ ସେ ବର୍ଷ ପୃଥିବୀରେ ଖୁବ୍ ବର୍ଷା ହୁଏ—ହିନ୍ଦୀ - ଶବ୍ଦସାଗର]

୧୧. ଡଙ୍ଗା (ହିନ୍ଦୀ - ଶବ୍ଦସାଗର) —୧୧. Boat.
୧୨. ଡଙ୍ଗା ଆକୃତିର ପତ୍ରନିର୍ମିତ ଦନା (ହିନ୍ଦୀ - ଶବ୍ଦସାଗର) — ୧୨. A boat-shaped cup of leaves.
୧୩. ବୃକ୍ଷ; ଗଛ (ହିନ୍ଦୀ - ଶବ୍ଦସାଗର) —୧୩. Tree; plant.
୧୪. ବୀଜଗୁଳ୍ମ (ହିନ୍ଦୀ - ଶବ୍ଦସାଗର) —୧୪. Indigo plant.
୧୫. କଦଳୀ (ହିନ୍ଦୀ - ଶବ୍ଦସାଗର) —୧୫. Plantaion.