Jump to content

ଦ୍ୱନ୍ଦ୍ୱ

ଉଇକିଅଭିଧାନ‌ରୁ

ଦ୍ୱନ୍ଦ୍ୱ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦ୍ୱି+ଦ୍ୱି; ସହାଭିବ୍ୟକ୍ତି; ଦ୍ୱୌ+ଦ୍ୱୌ (Apte) ନିପାତନ)

[ସମ୍ପାଦନା]
୧. ସ୍ତ୍ରୀ ପୁରୁଷ; ମିଥୁନ; ଯୁଗଳ; ମାଈ ଅଣ୍ଡିରା; ଯୋଡ଼ା — ୧. Husband and wife; a couple; a brace; a male and female together.
୨. ଯୁଗ୍ମ; ଦ୍ୱୟ —୨. Any two things taken toghter; a pair.
୩. ସୁଖ ଦୁଃଖ, ରାଗ ଦ୍ୱେଷ ଆଦି ପରସ୍ପରବିରୁଦ୍ଧ ଭାବ— ଦ୍ୱୟ —୩. Two opposite feelings or sensations.
୪. ପରସ୍ପରବିରୁଦ୍ଧ ବସ୍ତୁ ବା ଗୁଣ ଶବ୍ଦଦୟ — ୪. Relative or contradictory terms, things or qualities.

(ଯଥା—ପାପପୂଣ୍ୟ, ରାଜାପ୍ରଜା, ବାଳବୃଦ୍ଧ, ଶତ୍ରୁମିତ୍ର, କଠିନତା କୋମଳତା, ସୁଖ ଦୁଃଖ, ସ୍ତ୍ରୀ ପୁରୁଷ ଇତ୍ୟାଦି)

୫. ବିବାଦ —୫. Strife; dispute.
୬. ଯୁଦ୍ଧ —୬. Fight.

ବିନତା ନନ୍ଦନଦ୍ୱନ୍ଦ୍ୱ ଦ୍ୱନ୍ଦ୍ୱ କଲା ପ୍ରାୟେ ଭଞ୍ଜ. ବୈଦେହୀଶବିଳାସ

୭. ଦ୍ୱନ୍ଦ୍ୱ ଯୁଦ୍ଧ; ଦୁଇ ଜଣଙ୍କ ମଧ୍ୟରେ ହେବା ଯୁଦ୍ଧ — ୭. Duel.
୮. କଳହ —୮. Quarrel.
୯. ରହସ୍ୟ —୯. Mystery; secret.
୧. ଦୁଇଟି ବିଶେଷ୍ୟ ପଦର ଏକତ୍ର ମିଳନରୂପ ସମାସ (ଏ ସମାସରେ ଉଭୟ ପଦର ଅର୍ଥର ପ୍ରାଧାନ୍ୟ ରହେ) ୧୦. A grammatical commpound word consisting of two gramatcally similar nouns joined together by the copulative conjuction 'and'
୧୧. ରୋଗବିଶେଷ —୧୧. A kind of disease.
୧୨. ସନ୍ଦେହ —୧୨. Doubt.
୧୩. ସ୍ୱର୍ଗ —୧୩. Fortress; stronghold.
୧୪. ମିଥୁନ ରାଶି — ୧୪. The sign Gemini of the zodiac.