ଦ୍ୱାପର
ଦେଖଣା
ଦ୍ୱାପର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱି+ପର; ଯେଉଁ ଯୁଗ ଦୁଇ ଯୁଗର ପରେ ଅର୍ଥାତ୍ ସତ୍ୟ ଓ ତ୍ରେତା ଯୁଗ ପରେ ପଡ଼େ)
[ସମ୍ପାଦନା]- ୧. ହିନ୍ଦୁପୁରାଣ ମତରେ ସୃଷ୍ଟିର ତୃତୀୟ ଯୁଗ — ୧. The third Puranic age or aeon of the world according to the Hindus.
[ଦ୍ରଷ୍ଟବ୍ୟ —ଏହାର କାଳ ୮ ଲକ୍ଷ ୬୪: ହଜାର ବର୍ଷ ଏହି ଯୁଗରେ ଶ୍ରୀକୃଷ୍ଣ ଓ ବୌଦ୍ଧ ଅବତାରଦ୍ୱୟ ପୃଥିବୀରେ ଅବତୀର୍ଣ୍ଣ ହୋଇଥିଲେ; ପୁଣ୍ୟ ଓ ପାପ ସମାନ ଥିଲା, ମନୁଷ୍ୟର ଦେହର ପରିମାଣ ୭ ହାତ ଓ ପରମାୟୁ ଏକ ହଜାର ବର୍ଷ ଥିଲା ଯୁଧିଷ୍ଟିର ଦ୍ୱାପର ଯୁଗର ଶେଷ ରାଜା ଥିଲେ]
- ୨. ସନ୍ଦେହ —୨. Doubt; suspicion.
ଦେବ ଦଇବ ତୋ ଅଭିମତ; ଦୂର କର ଦ୍ୱାପରକୁ ନେତି— କବିସୂର୍ଯ୍ୟ. କିସୋରୀଚମ୍ପୁ. ଦ—ଗୀତ
- ୩. ପଶାକାଠିର ଯେଉଁ ପାଖରେ ଦୁଇଟି ବିନ୍ଦୁ ଚିହ୍ନିତ ହୋଇଥାଏ —୩. The side of a die marked with two points (Apte).
- ୪. ଅନିଶ୍ଚୟ —୪. Uncertainty (Apte).