ଦ୍ୱିଜିହ୍ୱ
ଦେଖଣା
ଦ୍ୱିଜିହ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଦ୍ୱି+ଜିହ୍ନା+ଅ)
[ସମ୍ପାଦନା]- ୧. ଦୁଇଗୋଟି ଜିହ୍ୱାବିଶିଷ୍ଟ — ୧. Two-tongued; having a forked tongue.
- ୨. ଯାହାର କଥାର ଠିକ ନ ଥାଏ — ୨. Double-tongued; insincere.
- ୩. ଖଳ —୩. Wicked.
- ୪. ଦୁର୍ନାମକାରୀ; ଖଚୁଆ — ୪. Slanderous; gossiping.
ବିଶେଷ୍ୟ -
[ସମ୍ପାଦନା]- ୧. ସର୍ପ —୧. Serpent (having forked tongue).
[ଦ୍ରଷ୍ଟବ୍ୟ —ସର୍ପମାନଙ୍କର ଜିଭର ଅଗ୍ରଭାଗ ଦ୍ୱିଶାଖ ମହାଭାରତରେ ବର୍ଣ୍ଣିତ ହୋଇଅଛି ଯେ ଗରୁଡ଼ କୁଶାସନରେ ଅମୃତ ଲୁଚାଇ ରଖି— ଥିବାର ମନେ କରି ସର୍ପମାନେ ସହି କୁଶାସନ ଚାଟିବା ବେଳେ କୁଶର ଦାଢ଼ରେ ସେମାନଙ୍କର ଜିଭ ଚିରି ହୋଇଗଲା]
- ୨. ଚୁଗୁଲୁଆ; ଖଚୁଆ ବ୍ୟକ୍ତି —୨. Aninformer; a tale bearer; a slanderer; a gossip.
- ୩. ଚୋର —୩. A thief.
- ୪. ଖଳ ବ୍ୟକ୍ତି —୪. A wicked person.