Jump to content

ଦ୍ୱୈମାତୁର

ଉଇକିଅଭିଧାନ‌ରୁ

ଦ୍ୱୈମାତୁର

ଉଚ୍ଚାରଣ

[ସମ୍ପାଦନା]
(ଦ୍ୱୌମାତୁରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦ୍ୱି+ ମାତୃ+ ଅପତ୍ୟାର୍ଥେ. ଅ)

[ସମ୍ପାଦନା]
୧. ଯେଉଁ ସନ୍ତାନର ଦୁଇଟି ମାତା — ୧. Having two mothers (one giving birth and other bringing him up)
୨. ଯେଉଁ ସନ୍ତାନ ଦୁଇଟିଙ୍କର ପିତା ଏକ, କିନ୍ତୁ ମାତା ପୃଥକ୍ — ୨. (brothers) Of the same father but of different mothers half brothers.

ବିଶେଷ୍ୟ -

[ସମ୍ପାଦନା]
୧. ଗଣେଶ —୧. God Gaṇeṡa.

[ଦ୍ରଷ୍ଟବ୍ୟ —ସ୍କନ୍ଦ ପୁରାଣର ଗଣେଶଖଣ୍ଡରେ ଲେଖା ଅଛି ଯେ ବରଣ୍ୟେ ନାମକ ରାଜାଙ୍କର ପୃଷ୍ପକା ନାମ୍ନୀ ରାଣୀଙ୍କ ଗର୍ଭରୁ ଗଣେଶ ଜନ୍ମି ଥିଲେ କିନ୍ତୁ ଏହାଙ୍କ ତେଜ ଓ ଆକୃତିରେ ଭୀତ ହୋଇ ରାଜା ଏ ଶିଶୁକୁ ପାର୍ଶ୍ୱ ମୁନିଙ୍କ ଆଶ୍ରମ ନିକଟସ୍ଥ ଏକ ଜଳାଶୟରେ ପକାଇ ଦେଲେ ସେଠାରୁ ପାର୍ଶ୍ୱ ମୁନିଙ୍କ ସ୍ତ୍ରୀ ଦୀପବତ୍ସଳା ଆଣି ଏହାଙ୍କୁ ପାଳିଲେ ଏହି କାରଣରୁ ଏହାଙ୍କର ଦ୍ୱୈମାତୁର ନାମ ହେଲା ହିନ୍ଦୀ - ଶବ୍ଦସାଗର]

୨. ଜରାସନ୍ଧ —୨. Jarāsandha.

[ଦ୍ରଷ୍ଟବ୍ୟ —ଏ ପ୍ରଥମେ ଦୁଇଟି ମାତାଙ୍କ ଗର୍ଭରୁ ଦୁଇ ଫାଳା ହୋଇ ଜନ୍ମ ହୋଇଥିଲା ଜରାନାମ୍ନୀ ରାକ୍ଷସୀ ପରେ ଦୁଇଫାଳକୁ ଯୋଡ଼ି ଦେବାରୁ ଏହା ଗୋଟିଏ ରୂପ ହେଲା]