ଦୟା
ଦେଖଣା
ଦୟା
ଉଚ୍ଚାରଣ
[ସମ୍ପାଦନା](ଦୟ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦୟ୍ ଧାତୁ+ ଭାବ. ଅ+ ସ୍ତ୍ରୀ. ଆ)
[ସମ୍ପାଦନା]- ୧. ପରଦୁଃଖକାତରତା; ଅନୁକମ୍ପା; —୧. Compassion; pity; commiseration; sympathy.
- ୨. କୃପା; କରୁଣା —୨. Kindness; mercy.
- ୩. ସ୍ନେହ —୩. Affection; love.
ଦୟା ଜରଜର କରି ଚିତ୍ତ ତନ୍ତବାସେ ରଖି ଦରମ୍ଭିତ କବିସୂର୍ଯ୍ୟ କିଶୋରୀଚମ୍ପୁ ଦ ଗୀତ
- ୪. ଅନୁଗ୍ରହ —୪. Favour; grace.
(ଦୟି—ଆଦରାର୍ଥକ)
ଦେଶଜ - ବିଶେଷ୍ୟ - (ଅନାଦରାର୍ଥକ)
[ସମ୍ପାଦନା]- ୧. ଦୈତ୍ୟାରି ଓ ଦୟାନିଧି ନାମକ ବ୍ୟକ୍ତିଙ୍କ ଡାକ ନାମ —୧. A nickname by which D&aline;i̱tyāri and Dayānidhi are called.
- ୨. (ସଂସ୍କୃତ - ଦଧିଭଦ୍ରା;ସଂସ୍କୃତ - ଦଧୀଚି)—ଦଇଆ ନଈ; ପୁରୀଜିଲ୍ଲାର କୁଆଖାଇ ନଦୀର ଶାଖାନଦୀ —୨. Name of a river in the district of puri branching off from the Kuākhāi river.
ଧରଇ ଦର୍ପଣ ଦୟା ସ୍ରୋତସ୍ୱତୀ ରାଧାନାଥ, ଚିଲିକା
[ଦ୍ରଷ୍ଟବ୍ୟ —ଦଧୀଚି ମୁନିଙ୍କ ନାମରୁ ଦୟା ହୋଇଅଛି ଏହାର ପ୍ରାଚୀନ ନାମ ଦଧିଭଦ୍ରାରୁ ଅପଭ୍ରଷ୍ଟ ହୋଇ ଦଧିଆ, ପରେ ଦହିଆ, ତତ୍ପରେ 'ଦୟା' ନାମ ହୋଇଥିବାର କେହି କେହି କହନ୍ତି ଏହି ନଦୀକୂଳରେ ଦଧୀଚି ମୁନିଙ୍କ ଆଶ୍ରମ ଥିବାର ସ୍ଥାନୀୟ କିମ୍ୱଦନ୍ତୀ ଅଛି କବିବର ରାଧାନାଥ ତାଙ୍କ 'ପାର୍ବତୀ' ଶୀର୍ଷକ ପଦ୍ୟରେ ଏ କିମ୍ୱଦନ୍ତୀ ଉଲ୍ଲେଖ କରି ଅଛନ୍ତି ଯଥା: ===
ଦୟା—ବୀର ମୁନି ଦଧୀତି ପୟର ପ୍ରକ୍ଷାଳନେ ପୂତନୀରା ବହେ ପାଦେ ଯାର ଦୟା ପ୍ରବାହିନୀ ସୁପ୍ରସନ୍ନା ସୁଗଭୀରା ରାଧାନାଥ, ପାର୍ବତୀ