Jump to content

ଧଣିଆ

ଉଇକିଅଭିଧାନ‌ରୁ

ଧଣିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଦ୍ରଷ୍ଟବ୍ୟ —ଏହା ବର୍ଷାୟୁଃ ବହୁଶାଖା ଗୁଳ୍ମ ଭାରତର ନାନା ସ୍ଥାନରେ ବିଭିନ୍ନ ସମୟରେ ଏହାର କୃଷି ହୁଏ ଏଥିରେ ଫୁଲ ଛତ୍ରାକାର ଓ ପେନ୍ଥା ପେନ୍ଥା, ଫୁଲ ଧଳା ବା ଈଷତ୍ ରକ୍ତାବ ଏଥିରେ ବୀଜ ଗୋଲ ଓ ଦୁଇ ଫାଳିଆ; ଦୁଇ ଫାଳର ଗର୍ଭ ଚେପଟା; ଏ ଗଛ ହାତେ ଦେଢ଼େ ହାତ ବଢ଼େ ଏହାର ପତ୍ର ନରମା ଓ ପତ୍ରର ଧାର ଦନ୍ତୁର ଏହାର ପତ୍ର, ଫୁଲ ଓ ଫଳ ସୁବାସିତ ପତ୍ର ଓ ଫୁଲକୁ ଲୋକେ ତିଅଣରେ ମିଶାଇ ଓ ବଘାରି କରି ଓ ଶାଗ ଓ ଚଟୁଣୀ କରି ଖାଆନ୍ତି ଡାଳରି ଗୋଟାଏ ଲେଖାଁଏ ଡେମ୍ଫ ବାହାରି ଡେମ୍ଫ ଅଗରେ ଛତା ପରି ଫୁଲ ଧରେ ଫୁଲ ଝଡ଼ି ଗଲେ ଫଳ ଧରେ ଧନିଆ ମଞ୍ଜିକୁ ରଗଡ଼ି ତହିଁରୁ ଚୋପା ବାହାର କରି ଦେଲେ ଭିତରେ ଯେଉଁ ଦୁଇ ଫାଳ ଟାଣ ଶସ ବାହାରେ ତାହା

ତିଅଣରେ ମସଲାରୂପେ, ପାନର ଓ ଗୁଣ୍ଡିର ମସଲାରୂପେ ଓ ଔଷଧରେ ବ୍ୟବହୃତ ହୁଏ ଏ ମଞ୍ଜିରୁ ଅରଖ ମଧ୍ୟ ବଢ଼ା ଯାଏ ବୈଦ୍ୟକ ମତରେ ଏହା ସ୍ନିଗ୍ଧ, ଶୀତଳ, ଦୀପନ, ପାଚନ, ବୀର୍ଯ୍ୟକାରକ, କୃମିନାଶକ ଓ ପିତ୍ତଜ୍ୱର, କାଶ, ଶୋଷ ଓ ଦାହରେ ଉପକାରୀ ଜାକ୍ତରମାନେ ଏହାକୁ ଉଦରସ୍ଥ ବାୟୁ ଦୂର କରିବାକୁ ପ୍ରୟୋଗ କରନ୍ତି ରଗଡ଼ା ଧନିଆରୁ ଚୋପାକୁ ପାଛୁଡ଼ି ଦେଲେ ଯେଉଁ ଟାଣୁଆ ଈଷତ୍ ସୁବାସିତ ଶସ ବାହାରେ ତାକୁ ଧନିଆ ଚାଉଳ କହନ୍ତି]