ଧର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ପର୍ବତ
  • କପା
  • ଗର୍ଭ; ଜରାୟୁ
  • ଧଡ଼; ଶରୀର
  • କବନ୍ଧ
  • ବେକ ତଳୁ ଅଣ୍ଟା ପର୍ଯ୍ୟନ୍ତ ବାହୁହୀନ ଶରୀରାଂଶ
  • କୂର୍ମରାଜ; ବିଷ୍ଣୁଙ୍କର କଛାପବତାର
  • ଅଷ୍ଟାବସୁ ମାନଙ୍କ ମଧ୍ୟରୁ ଏକତମ
  • ବ୍ରହ୍ମଣମାନଙ୍କ ଗୋତ୍ରୋପାଧିବିଶେଷ
  • ବ୍ୟଭିଚାରୀ ପୁରୁଷ; ବିଟ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଧାରଣ କର୍ତ୍ତା; ଯେ ଧାରଣ କରେ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଅଧର
  • ଯେ ଗିରଫ କରେ; ଧରିବା ବ୍ୟକ୍ତିଧର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଧୃ ଧାତୁ= ଧାରଣ କରିବା+ କର୍ତ୍ତୃ. ଅ)[ସମ୍ପାଦନା]

୧. ପର୍ବତ —୧. Mountain.

ବିନ୍ଧ୍ୟ ଧରୋ ବସୁ ତାର ଉପମା ଧରେ ଭଞ୍ଜ. ବୈଦେହୀଶବିଲାସ

୨. କପା —୨. Cotton.
୩. ଗର୍ଭ; ଜରାୟୁ —୩. Uterus.
୪. ଧଡ଼; ଶରୀର —୪. Bodyy.
୫. କବନ୍ଧ —୫. Headless trunk.
୬. ବେକ ତଳୁ ଅଣ୍ଟା ପର୍ଯ୍ୟନ୍ତ ବାହୁହୀନ ଶରୀରୀଂଶ — ୬. Part of the body from the neck to the waist without the arms.
୭. କୂର୍ମରାଜ; ବିଷ୍ଣୁଙ୍କର କଚ୍ଛାପବତାର — ୭. The second incarnation of Bishṇu in the shape of a tortoise.
୮. ଅଷ୍ଟାବସ (ଦେବତା) ମାନଙ୍କ ମଧ୍ୟରୁ ଏକତମ — ୮. Name of one of the Basu class of Deities.
୯. ବ୍ରାହ୍ମଣମାନଙ୍କ ଗୋତ୍ରୋପାଧିବିଶେଷ — ୯. Family-title of some Brāhmaṇas.

(ଯଥା—ଧରଶର୍ମା, ଧର ଗୌତମ)

୧. ବ୍ୟଭିଚାରୀ ପୁରୁଷ; ବିଟ (ହି ଶବ୍ଦସାଗର) — ୧୦. An adulterer.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଧାରଣ କର୍ତ୍ତା; ଯେ ଧାରଣ କରେ — Holding; bearing; that which holds or sustains.

[ଦ୍ରଷ୍ଟବ୍ୟ —ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ଯଥା—ଭୂଧର, ଜଳଧର, ଧନୁର୍ଦ୍ଧର]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ପ୍ରାଚୀନ) (ସଂସ୍କୃତ - ଅଧର) ଅଧର —Lip.

ବେନି ଅବଲୋକ ଧର ସୁଧା ପାନ କରି ପ୍ରାଚୀ, ଉସବାରିଧି

୨. ଯେ ଗିରଫ କରେ; ଧରିବା ବ୍ୟକ୍ତି — ୨. One who catches or arrests.

ଆପେ ଚୋର ଆପେ ଧର ଆପେ ଡାକୁଥାଇ ପ୍ରାଚୀ, ବ୍ରହ୍ମନିରୂପଣଗୀତା