Jump to content

ଧରା

ଉଇକିଅଭିଧାନ‌ରୁ

ଧରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ପୃଥିବୀ; ସଂସାର —୧. Earth; the world.
୨. ଗର୍ଭ; ଜରାୟୁ —୨. Uterus.
୩. ଗର୍ଭସ୍ଥ ପୁଲ —୩. Placenta.
୪. ନାଡ଼ୀ —୪. Artery.
୫. ଚର୍ବି; ମେଦ —୫. Marraw; fat.

[[]] ୬ ଧଡ଼ା ]] ୩ ]] ୪ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୬. Dhaṟḍ̠ā ୩ and ୪ (See).

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧୃତ ହେବା କର୍ମ —୧. The act of being caught.
୨. ବହନ କରିବା କର୍ମ — ୨. Act of holding or bearing.

(ଯଥା—ରଜାଙ୍କ ପାଖରେ ଛତିଧରା ପାଇଁ ସେ ଚାକିରି କରିଛି)

୩. ଧୃତକରଣ; ଧରିବା କାମ —୩. Catching; seizing.

(ଯଥା—ହାତୀଧରା)

୪. ଅଣ୍ଡିରା ବାଛୁରୀର ଫୁସ୍ତ୍ୱ ଲୋପ କରିବା; ବାଛୁରୀଧରା କର୍ମ —୪. Castrating of a he-calf.
୫. ଗାଈଧରା; ବାଛୁରୀ ଜନ୍ମ କରିଥିବା ଗାଈକୁ ସାଧ୍ୟ କରିବା ପାଇଁ ତାର ଜନନେନ୍ଦ୍ରିୟ ବାଟେ ପାଟିରେ ପବନ ଫୁଙ୍କିବା କର୍ମ —୫. The process of blowing wind with the mouth through the female organ of a newly delivered cow.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଧୃତ —୧. Caught.
୨. ନିର୍ଦ୍ଧାରିତ; ଧରାବନ୍ଧା —୨. Settled.

ମଙ୍ଗଳକୁ ଜାତ କରିବାରେ ନିଶ୍ଚେ ଧରା—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୩. ଫୁସ୍ତ୍ୱହୀନ କରାଯାଇଥିବା; ମୁଷ୍କ ଛେଦନ କରାଯାଇଥିବା (ବାଛୁରୀ) —୩. Castrated (he-calf).

(ଅଧରା—ବିପରୀତ)

୪. ଉପସ୍ଥିପିତ —୪. Placed.

(ଯଥା—ତାଙ୍କ କାଗଜପତ୍ର ମୋ ଆଗରେ ଧରା)

୫. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ) ଯେ ଧରେ; ଧାରଣକାରୀ — ୫. Holding.

ନ ପଡ଼ି ଧରାରେ ମୁରଲୀଘରରେ ରସିରସି କଳ ଖେଳା ରେ— କବିସୂର୍ଯ୍ୟ. ସଙ୍ଗୀତ

୬. ଯେଉଁ ନବପ୍ରସୂତା ଗାଈର ଜନନେନ୍ଦ୍ରିୟ ବାଟେ ମନୁଷ୍ୟ ପବନ ଫୁଙ୍କିଅଛି —୬. (a cow) Which has undergone the operation of being blown through her generative organ.