ଧରାଇବା
ଦେଖଣା
ଧରାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ଧରିବା କ୍ରିୟାର ଣିଜନ୍ତ ରୂପ — ୧. Causative of Dharibā
କରେ ଜଳ ଅଭିଷେକ, କଲେ ବ୍ରାହ୍ମଣ ଅନେକ ଶ୍ୱେତ କୁତ୍ର ଧରାଇ ଶିରରେ ବିଶ୍ୱନାଥ . ବିଚିତ୍ରରାମାୟଣ
- ୨. (ଅଗ୍ନି) ସଂଦୀପନ କରିବା —୨. To enkindle.
(ଯଥା—ବହୁତ ଫୁଙ୍କି ଫୁଙ୍କି ମୁଁ ଓଦା କାଠରେ ନିଆଁ ଧରାଇଲି)
- ୩. କୌଣସି ବ୍ୟକ୍ତିକୁ କୌଣସି ବସ୍ତୁ ବ୍ୟବହାର କରିବାକୁ ଅଭ୍ୟସ୍ତ କରିବା —୩. To cause a person to be hibituate to the use of Something.
(ଯଥା—୩ ବର୍ଷର ପିଲାକୁ ମାଆ ଦୁଧ ଛାଡ଼ାଇ ଭାତ ଧରାଇବାକୁ ହେବ)
- ୪. ଗଣନାଦ୍ୱାରା ଗଣନା କରାଇ ବିବାହାଦି ପାଇଁ ଗୋଟିଏ ଶୁଭ ଦିନ ନିର୍ଣ୍ଣୀତ କରିବା —୪. To find out a suitable or auspicious date by having' it calculated by a fortune-teller.