ଧର୍ମାରଣ୍ୟ
ଦେଖଣା
ଧର୍ମାରଣ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧର୍ମ+ ଅରଣ୍ୟ)
[ସମ୍ପାଦନା]- ୧. ତୀର୍ଥରୂପେ ଗଣିତ ଅରଣ୍ୟ —୧. A forest considered as a place of pilgrimage.
ସେ ଧର୍ମାରଣ୍ୟେ ଧର୍ମ କରେ ଯେ ତାପରାଶି ତାହା ଦେହରେ ଘୋଟି ନ ପାରଇ ଆସି—କୃଷ୍ଣସିଂହ. ମହାଭାରତ. ବନ
- ୨. ପାଞ୍ଚାଳ ଓ ଉତ୍ତର କୋଶଳ ମଧ୍ୟବର୍ତ୍ତୀ ହିମାଳୟ ପାଦ— ମୃଳସ୍ଥ ଅରଣ୍ୟ ଓ ଅମ୍ୱର୍ତ୍ତ ରଜା କର୍ତ୍ତୃକ ସ୍ଥାପିତ ନଗର (ପ୍ରାଚୀନ ଭୂଗୋଳମତେ ପ୍ରାଗଜ୍ୟୋତିଷପୁର) (ଜ୍ଞାନେନ୍ଦ୍ର—ପରିଶିଷ୍ଟ) —୨. Name of a forest and town of ancient India.
[ଦ୍ରଷ୍ଟବ୍ୟ —ଚନ୍ଦ୍ର ଗୁରୁପତ୍ନୀ ତାରାଙ୍କ ହରଣ କରିବାରୁ ଧର୍ମ ପ୍ରପୀଡ଼ିତ ହୋଇ ଗହନବନରେ ପ୍ରବେଶ କଲେ ସେହି ସମୟରେ ବ୍ରହ୍ମା କହିଲେ—ଧର୍ମ ! ତୁମ୍ଭେ ଏହି ବନରେ ପ୍ରବେଶ କରିବାରୁ ଏହା ଧର୍ମାରଣ୍ୟ ନାମରେ ବିଖ୍ୟାତ ହେବ—ବରାହପୁରାଣ]
- ୩. ଗୟାସ୍ଥ ତୀର୍ଥ ବିଶେଷ — ୩. A sacred place at Gayā.
- ୪. (ଆସାମର) କାମରୁପସ୍ଥ ନଗରବିଶେଷ — ୪. A city at Kāmarūpa in Assam.