ଧର୍ମ ଘଟ
ଦେଖଣା
ଧର୍ମ ଘଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଧର୍ମ+ଘଟ)
[ସମ୍ପାଦନା]- ୧. ପଣାସଂକ୍ରନ୍ତିଠାରୁ ଆରମ୍ଭ କରି ବୈଶାଖ ମାସରେ ତୃଷାର୍ତ୍ତମାନଙ୍କୁ ଜଳ ଦିଆଯିବା ନିମନ୍ତେ କିମ୍ୱା ବ୍ରାହ୍ମଣଙ୍କୁ ଦାନ ଦିଆଯିବା ପାଇଁ ଉତ୍କୃଷ୍ଟ ସୁବାସିତ ଜଳପୂର୍ଣ୍ଣ କଳସ — ୧. A jar full of scented water, kept for distributing water to the thirsty during every day of the mounth of B&aline;i̱ṡākha or for bestowing it on a Brāhmaṇa.
- ୨. ପଣାସଂକ୍ରାନ୍ତିଠାରୁ ୧ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଉପରେ ସବୁବେଳେ ଜଳଧାରା ଦେବା ନିମନ୍ତେ ଯେଉଁ ସଚ୍ଛିଦ୍ର କଳସ (ବସୁନ୍ଧରା ଘଡ଼ି) ଟଙ୍ଗାଯାଏ — ୨. A jar with a small hole at the bottom suspended over Tuḻasī plants to water them constantly during the month of B&aline;i̱ṡākha.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକ ସମ୍ପ୍ରଦାୟଭୂକ୍ତ ସମସ୍ତ ବ୍ୟକ୍ତି ସମବେତ ହୋଇ କୌଣସି କାର୍ଯ୍ୟ କରିବା ସମ୍ୱନ୍ଧେ ଯେଉଁ ପ୍ରତିଜ୍ଞା କରନ୍ତି —୧. A resolution passed by all the members of a sect or society laying down certain rules of conduct.
- ୨. (ଆଧୁନିକ ପ୍ରୟୋଗ) ଶ୍ରମଜୀବୀମାନେ ମହାଜନ ବା ଶେଠମାନଙ୍କ ଅଧୀନରେ କାର୍ଯ୍ୟ କରିବା ସମ୍ୱନ୍ଧେ ପ୍ରତିଜ୍ଞାମାନ ନିର୍ଧାରଣ ଯେଉଁ ମେଳି ବାନ୍ଧନ୍ତି; ହରତାଳ —୨. A business strike; a strike of labourers or workmen.