ଧର୍ମ ଚକ୍ର
ଦେଖଣା
ଧର୍ମ ଚକ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୁଦ୍ଧଦେବଙ୍କର ଚାରି ଗୋଟି ଉପଦେଶ (ଯାହା କି ପ୍ରତ୍ୟେକ ବୌଦ୍ଧଙ୍କର ପାଳନୀୟ) — ୧. The four tenets of Buddhism laid down by the Buddha.
[ ଦ୍ର—ବୁଦ୍ଧଙ୍କ ପ୍ରଚାରିତ ସତ୍ୟ ଚତୁଷ୍ଟୟ ଯଥା—୧. ସଂସାର ନିରବଚ୍ଛିନ୍ନ ଦୁଃଖମୟ; ୨ ବିଷୟତୃଷ୍ଣାହି ଦୁଃଖର ମୂଳ କାରଣ; ୩. ବିଷୟତୃଷ୍ଣାକୁ ସମୂଳେ ଉତ୍ପାଟନ କରିବାହିଁ ଦୁଃଖ ନିବୃତ୍ତି; ୪. ବିଷୟ ନିବୃତ୍ତର ଆଷ୍ଟାଙ୍ଗିକ ପଥ; ଯଥା—(/?/) ସମ୍ୟକ୍ ଦୃଷ୍ଟି; (/?/) ସମ୍ୟକ୍ ସଂକଳ୍ପ; (/?/)ସମ୍ୟକ୍ ବାକ୍ୟ=ସତ୍ୟ, ସରଳ ଓ ପ୍ରିୟ ବାକ୍ୟ; (/?/) ସମ୍ୟକ୍ କର୍ମ=ସଦାଚରଣ; (/?/) ସମ୍ୟକ୍ ଆଜୀବ= ସର୍ବଭଭୂତରେ ଅହିଂସାପୂର୍ଣ୍ଣ ସାଧୁ ଜୀବିକା ନିର୍ବାହ; (/?/) ସମ୍ୟକ୍ ବ୍ୟାୟାମ=ଆତ୍ମସଂଯମ ପ୍ରଭୃତି ଉପାୟରେ ଆତ୍ମାର ଉନ୍ନତି ସାଧନ; (/?/) ସମ୍ୟକ୍ ସ୍ମୃତି; (/?/) ସମ୍ୟକ୍ ସମାଧି=ଜୀବନର ସ୍ୱଗଭୀର ତତ୍ତ୍ୱମାନଙ୍କର ଧ୍ୟାନ, ମନନ ଓ ନିଦିଧ୍ୟାସନ]
- ୨. ଚକ୍ର ରୂପେ କଳ୍ପିତ ଆଇନ୍ — ୨. The wheel of law.
- ୩. ଚକ୍ର ରୂପେ କଳ୍ପିତ ଧର୍ମ —୩. The wheel or vast range of relīgīon or piety.
- ୪. ବୁଦ୍ଧଦେବ (ହିନ୍ଦୀ - ଶ.) —୪. The Buddha.
- ୫. ଧର୍ମ ସମୂହ — ୫. A collection of religions.