Jump to content

ଧର୍ମ ପୁତ୍ର

ଉଇକିଅଭିଧାନ‌ରୁ

ଧର୍ମ ପୁତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ପୁତ୍ର)

[ସମ୍ପାଦନା]
୧. ଯୁଧିଷ୍ଠିର — ୧. J̄udhishṭhira.

[କୁନ୍ତୀଙ୍କ ଗର୍ଭରେ ଧର୍ମରାଜ ବା ଯମଙ୍କ ଐରସରେ ଏ ଜନ୍ମ ହେଇଥିଲେ]

୨. ଔରସ ପୁତ୍ର; ବିବାହିତା ସ୍ତ୍ରୀ ଗର୍ଭରୁ ସ୍ୱାମୀର ଔରସ ସନ୍ତାନ —୨. Legitimate son; a son begotton by the husband on his married wife.
୩. ଧାର୍ମିକ ପୁତ୍ର (ଜ୍ଞାନେନ୍ଦ୍ର) — ୩. A son practising peity.
୪. ପୋଷ୍ୟ ପୁତ୍ର —୪. A dopted son.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧରମପୁଅ; ମହାପ୍ରସାଦ ସମ୍ୱନ୍ଧ ସ୍ଥାପନଦ୍ୱାରା ସ୍ୱୀକୃତି ପୁତ୍ର —A god-son.

[ଦ୍ରଷ୍ଟବ୍ୟ —ଆମ୍ଭମାନଙ୍କ ଦେଶରେ ବିଭିନ୍ନ ଜାତୀୟ ଓ ନିଃସମ୍ପର୍କ ବ୍ୟକ୍ତିମାନଙ୍କ ମଧ୍ୟରେ ଧର୍ମ ମହାପ୍ରସାଦ ସମ୍ୱନ୍ଧଦ୍ୱାର ପିତା, ମା, ପୁତ୍ର, କନ୍ୟା, ଭ୍ରାତା, ଭଗିନୀ, ସଙ୍ଗାତ, ମଇତ୍ର ଆଦି ଧର୍ମ— ସମ୍ୱନ୍ଧ ସ୍ଥାପିତ ହୋଇଥାଏ ଏହିପରି ଧର୍ମସନ୍ତାନ (ଧରମପୁଅ), ଧର୍ମ କନ୍ୟା, ଧର୍ମଦୁହିତା (ଧରମଝିଅ), ଧର୍ମପିତା (ଧରମ ବାପ) ଧର୍ମ ମାତା (ଧରମମାଆ), ଧରମଭ୍ରାତା (ଧରମଭାଇ), ଧର୍ମଭଗିନୀ (ଧରମ ଭଉଣୀ) ଆଦି ଶବ୍ଦ ନିଷ୍ପନ ହୁଏ]