ଧର୍ମ ବକ
ଧର୍ମ ବକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧର୍ମ+ବକ)
[ସମ୍ପାଦନା]- ୧. ବକରୂପଧାରୀ ଧର୍ମ ବା ଈଶ୍ୱର — ୧. God appearing in the from of an ardea or heron.
[ଦ୍ରଷ୍ଟବ୍ୟ — ଯୁଧିଷ୍ଠିରଙ୍କୁ ପରୀକ୍ଷା କରିବା ସକାଶେ ଧର୍ମବକ ତାଙ୍କୁ ଚାରୋଟି ପ୍ରଶ୍ନ କରିଥିଲେ ଓ ଯୁଧିଷ୍ଠିର ଉକ୍ତ ଚାରୋଟି ପ୍ରଶ୍ନର ଯଥା— ଯଥ ଉତ୍ତର ଦେଇଥିଲେ(କ) ପ୍ରଶ୍ନ—ପୃଥିବୀରେ ଠିକ୍ ବାଟ କଅଣ? (କଃ ପନ୍ଥା) ଉତ୍ତର—ବେଦ,ସ୍ମୃତ୍ତି ଓ ପୁରାଣରେ ନାନା ପ୍ରକାର ବିଭିନ୍ନ ପନ୍ଥାର ଉଲ୍ଲେଖ ଅଛି କିନ୍ତୁ ମହାଜନ ମାନେ ଯେଉଁ ପନ୍ଥା ବାଟେ ଯାଇଅଛନ୍ତି ତାହାହିଁ ପ୍ରକୃତ ପନ୍ଥା (ଖ)ପ୍ରଶ୍ନ— ପୃଥିବୀରେ ଅଶ୍ଚର୍ଯ୍ୟ ବିଷୟ କଅଣ? (କିମାଶ୍ଚର୍ଯ୍ୟ?) ଉତ୍ତର— ପ୍ରତିଦିନ ମନୁଷ୍ୟ ତା ଆଖି ଆଗରେ ସହସ୍ର ସହସ୍ର ଲୋକ ମରିବାର ଦେଖି ସୁଦ୍ଧା ବଞ୍ଚିରହିଥିବା ଲୋକ ବିଚାରନ୍ତି ଯେ ଆମେ ଚିରଜୀବୀ ହେବା, ଏହାହିଁ ଅତି ଆଶ୍ୟର୍ଯ୍ୟର ବିଷୟ (ଗ) ପ୍ରଶ୍ନ— ପୃଥିବୀରେ କିଏ ସୁଖୀ?(କଃ ମୋଦତେ?) ଉତ୍ତର—ଯେଉଁ ଲୋକ ଋଣ ନକରି, ପ୍ରବାସକୁ ନଯାଇ,ଘରେ ବସି ମୁଠିଏ ଶାକାନ୍ନ ଦିନାନ୍ତେ ଖାଇବାକୁ ପାଏ ସେ ଏକା ସୁଖୀ (ଘ) ପ୍ର— ସଂସାରରେ ଖବର କଅଣ?(କା ତ ବାର୍ତ୍ତା?) ଉତ୍ତର—ଏ ସଂସାରରେ 'କାଳ' ବା 'ମୃତ୍ୟୁ' ସମସ୍ତଙ୍କୁ ଶାସନ କରୁଅଛି, ଏହାହିଁ ବାର୍ତ୍ତା ଅଟେ]
- ୨. ବକ ପରି ଧର୍ମର ବାହାନ କରୁଥିବା ଅସଦାଚାରୀ ବ୍ୟକ୍ତି— କପଟ ଧାର୍ମିକ —୨. A religious hypocrite.
[ ଦ୍ର—ବକ ମାଛ ପାଇଁ ପାଣି ପାଖେ ଜଗି ବସିଲାବେଳେ, ସେ ଧ୍ୟାନରେ ବସିଲାପରି ଦେଖାଯାଏ]