ଧର୍ମ ଶାସ୍ତ୍ର
ଦେଖଣା
ଧର୍ମ ଶାସ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧର୍ମ+ ଶାସ୍ତ୍ର; ମ. ପ. ଲୋ)
[ସମ୍ପାଦନା]- ୧. ଧର୍ମ ବିଷୟକ ଶାସ୍ତ୍ର (ଯଥା—ହିନ୍ଦୁମାନଙ୍କ ବେଦ, ଖ୍ରୀଷ୍ଟାନ— ମାନଙ୍କ ବାଇବଲ, ମୁସଲମାନଙ୍କ କୋରାନ୍) — ୧. The scriptures.
- ୨. ସ୍ମୃତିଶାସ୍ତ୍ର; ଯହିଁରେ କୌଣସି ଧର୍ମାବଲମ୍ୱୀ ବ୍ୟକ୍ତିମାନଙ୍କ ଆଚାର ବ୍ୟବାହର ଓ କର୍ତ୍ତବ୍ୟାଦି ଲିପିବଦ୍ଧ ହୋଇଥାଏ — ୨. The jurisprudence or code of law.
[ଦ୍ରଷ୍ଟବ୍ୟ —ମନୁ, ଅତ୍ରି, ବିଷ୍ଣୁ, ହାରିତ, ଯାଜ୍ଞବଲ୍ଲ୍ୟ, ଊଶନା, ଅଙ୍ଗିରା, ଯମ, ଆପସ୍ତମ୍ଭ, ସମ୍ୱର୍ତ୍ତ, କାତ୍ୟାୟନ, ବୃହସ୍ପତି, ପରାଶର, ବ୍ୟାସ, ଶଙ୍ଖ, ଲିଖିତ, ଦକ୍ଷ, ଗୈତମ, ବଶିଷ୍ଠ, ଶତାତପ ଓ ନାରଦ, ଏହି ମୁନିମାନଙ୍କ ପ୍ରଣୀତ ସାମାଜିକ ଓ ଅନୁଶାସନ ମୂଳକ ଗ୍ରନ୍ଥ ମାନଙ୍କୁ ଧର୍ମ ଶାସ୍ତ୍ର ବୋଲାଯାଏ]
- ୩. ପୁରୁଣାଦି ଶାସ୍ତ୍ର —୩. Mythology.
- ୪. ବେଦାନ୍ତ ଦର୍ଶନାଦି — ୪. The philosophy of religion.