Jump to content

ଧାଉଡ଼ିଆ

ଉଇକିଅଭିଧାନ‌ରୁ

ଧାଉଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

(ଧାଉଁଡ଼ିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାବକ)

[ସମ୍ପାଦନା]
୧. ଯେ ଦଉଡ଼େ; ଦଉଡ଼ିବା ଲୋକ —୧. A runner.
୨. ଦ୍ରୁତଗାମୀ ଦୂତ; ବାର୍ତ୍ତାବାହକ — ୨. A swift messenger.
୩. ଡାକ ନେଇ ଦଉଡ଼ିବା ଦୂତ — ୩. A postal runner.
୪. ପିଆଦା; ପିଅନ; ପଦାତିକ — ୪. A peon; foot soldier; footman.

କାହିଁରେ ଧାଉଡ଼ିଆ ପହଣ୍ଡ ଜଳା ଭିତରେ ପକାଇ କାଣ୍ଡ ବିନ୍ଧିବା ପାଇଁ ହୋଇଛି ମୁଣ୍ଡ ଲୁଆଣ ଭଣ୍ଡି ଯେ ବ୍ରଜନାଥ. ସମତରଙ୍ଗ

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ଧାବକ) ଧାବନ କାରୀ —୧. Running.
୨. (ସଂସ୍କୃତ - ଧାରାବାହିକ) ଧାଡ଼ିଯୁକ୍ତ; ଶ୍ରେଣୀବଦ୍ଧ; ଗୃହବିଶିଷ୍ଟ —Arranged in a row; having houses arranged in rows.

(ଯଥା—ଏ ଗାଆଁଟା ଦୁଇ ଧାଉଡ଼ିଆ ତାଙ୍କର ତିନି ଧାଉଡ଼ିଆ ଧୂଳିଆ ଘର)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଚାଳଘରର ପିଣ୍ଡାଦାଢ଼ରେ ଥିବା ଖୁଣ୍ଟ —The posts put on the edge of the veranda of a thatched house.