ଧାଙ୍ଗଡ଼ୀ
ଦେଖଣା
ଧାଙ୍ଗଡ଼ୀ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର; କନ୍ଧ କୋହ୍ଲଙ୍କ ମଧ୍ୟରେ) ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଅବିବାହିତା ଯୁବତୀ; ଟୋକୀ; ଟୁକୁଳୀ; ଅଭିଆଡ଼ୀ ଟୋକୀ —Unmarried young girl (of wild tribes).
[ଦ୍ରଷ୍ଟବ୍ୟ —ଗ୍ରାମର ଅବିବାହିତ ଯୁବତୀମାନେ ଜଣେ ବୃଦ୍ଧାଙ୍କ ତତ୍ତ୍ୱାବଧାନରେ ଓ ଅବିବାହିତ ଯୁବକମାନେ ଜଣେ ବୃଦ୍ଧଙ୍କ ତତ୍ତ୍ୱାବଧାନରେ ଗ୍ରାମର ଦୁଇ ବିପରୀତ ପ୍ରାନ୍ତରେ ଦୁଇଟି ସ୍ୱତନ୍ତ୍ର ଘରେ ରାତ୍ରି ଯାପନ କରନ୍ତି ଉତ୍ସବାଦି ସମୟରେ ଏମାନେ ଦଳବଦ୍ଧ ହୋଇ ନୃତ୍ୟ କରନ୍ତି ଏହି ନୃତ୍ୟ ସମୟରେ ଯୁବକମାନେ ଯଥାକ୍ରମେ ସେମାନଙ୍କ ମନୋନୀତା ଯୁବତୀଙ୍କୁ ବିବାହ କରିବା ନିମନ୍ତେ ସ୍ଥିର କରନ୍ତି ]
ପ୍ରାଦେଶିକ - (ବସ୍ତର) ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଯୁବତୀ ଓ ଅବିବାହିତା — Young and unmarried (girl).