Jump to content

ଧାଡ଼ି

ଉଇକିଅଭିଧାନ‌ରୁ

ଧାଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାରା)

[ସମ୍ପାଦନା]
୧. ସମୂହ — ୧. A number of.

କେ ବୋଇଲେ ଏହାର ଝୁଣ୍ଟିଆର ରଡ଼ି ଶୁଣି କାମ ମର୍ମେ ବିନ୍ଧୁଛି ଶରଧାଡ଼ି—କୃଷ୍ଣସିଂହ. ମହାଭାରତ. ବନ

୨. ଶ୍ରେଣୀ —୨. Row; array.

କୁହେଳୀରେ ନୀଳବର୍ଣ୍ଣ ଭୃଗୁମାନ ଗିରି ଧାଡ଼ି ହୋଇ ବେନି ତୀରେ— ରାଧାନାଥ. ମହାପାତ୍ର


୩. ରେଖା —୩. Line; range.
୪. ଗ୍ରନ୍ଥାଦିର ବିଷୟ; ଅନୁକ୍ରମ — ୪. Scope; contents. range of a book.

ଯେ ଅବା ଯେଉଁ କଥା ରୋଡ଼ି; ସବୁ ଅଛଇ ବେଦ ଧାଡ଼ି— ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ

୫. ରୀତି —୫. Customs; manners.

(ଯଥା—ଏହା କରଣଘରର ଧାଡ଼ି)

୬. ଅନୁକ୍ରମ; କ୍ରମ —୬. Succession; series.
୭. (ସଂସ୍କୃତ - ଧବନ) ଦଉଡ଼ିବା —୭. Running.
୮. ସମୟ —୮. Time.

ବିଳୁ ବାହରନାଁ ସର୍ପାଙ୍କୁ ତିଆରି, ପଡ଼ିଛି ବିଷମ ଧାଡ଼ି— ଭଞ୍ଜ. ବୈଦେହୀଶବିଳାସ

୯. ପାଖ; ପାର୍ଶ୍ୱ —୯. Side.

କୃଷ୍ଣ ଅରଜୁନ ଦୁହେଁ ରଥରେ ଚଢ଼ି ରହିଲେ ସେ ଖାଣ୍ଡକବନ ଦୁଇଧାଡ଼ି—କୃଷ୍ଣସିଂହ ମହାଭାରତ. ଆଦି

୧. (ସଂସ୍କୃତ - ଧାବନ) ଯୁଦ୍ଧାର୍ଥ ଆକ୍ରମଣ — ୧୦. Attacking with a view to fight; on- slaught.

ଏବେ କୀଚକକୁ ଲାଗିଲା କାମ ଧାଡ଼ି. ମୋତେ ହରି ଲୋଡ଼ୁଛି ନିଶି ଦିନ ଘଡ଼ି କୃଷ୍ଣସିଂହ. ମହାଭାରତ

୧୧. ଯୁଦ୍ଧସଜ୍ଜା —୧୧. Battle array.
୧୨. ଧର୍ମ ବା ନ୍ୟାୟାନୁମୋଦିତ ମାର୍ଗ; ସଦାଚାର — ୧୨. Approved ways or conduct.

କହିଲେ ଦ୍ରୋଣଗୁରୁ ଯେ ଧରମ ଧାଡ଼ି କୃଷ୍ଣସିଂହ. ମହାଭାରତ. ବିରାଟ

୧୩. ଧାଡ଼ି ପାଠ (ଦେଖ) - — ୧୩. Dhāṟḍ̠i pāṭha (See)

ପ୍ରାଦେଶିକ - (ବାଲେଶ୍ୱର, ମେଦିନୀପୁର, ତୁଳ, ବଙ୍ଗାଳୀ - ଏହି ଅର୍ଥରେ ଏହି ଶବ୍ଦ) ବିଶେଷ୍ୟ - ପୁଂ. ଓ ସ୍ତ୍ରୀ

[ସମ୍ପାଦନା]
୧. (ସ୍ତ୍ରୀ) ଜୀବଜନ୍ତୁଙ୍କ ମଧ୍ୟରେ ଯେଉଁ ମାଈ ଜୀବ ଅନେକ ଛୁଆ ଜନ୍ମ କରି ସାରିଅଛି —୧. A female animal which has already borne many offsprings.
୨. (ପୁଂ.) ଜୀବଙ୍କ ଦଳର ନେତା — ୨. The head or leader of a herd of animals.
୩. (ପୁଂ.) ସନ୍ତାନୋତ୍ପାଦନକ୍ଷମ ପୁରୁଷ — ୩. A grown up man is capable of begetting children.

ପ୍ରାଦେଶିକ - (ବାଲେଶ୍ୱର; ମେଦିନୀପୁର)ବିଶେଷଣ -

[ସମ୍ପାଦନା]

ସନ୍ତାନୋତ୍ପଦନ— କ୍ଷମ ଓ ଯୁବକ (ବ୍ୟକ୍ତି) —(a male) Young and capable of begetting children.