ଧାନ୍ୟ
ଦେଖଣା
ଧାନ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଧନ+ସ୍ୱାର୍ଥରେ. ଯ)
[ସମ୍ପାଦନା]- ୧. ୪ ରତି ପରିମିତ ଓଜନ — ୧. A standard weight of ୪ Ratis.
- ୨. ଧାନ ଗଛ — ୨. Paddy plant; Oriza Sativa.
- ୩. ଧାନ (ଶସ୍ୟ) —୩. Paddy (grain).
- ୪. ଧନିଆ —୪. Coriander.
- ୫. ଧାନ ଜାତୀୟ ଶସ୍ୟ (ଯଥା—ବ୍ରୀହି, ଯବ, ଗୋଧମ, ମସୁର ଆଦି) —୫ Corn, grain, cereals; pulse.
[ଦ୍ରଷ୍ଟବ୍ୟ —ପାଚିବା ଋତୁ ଅନୁସାରେ ଶାଳୀ, ଷାଷ୍ଠିକ ଓ ବ୍ରୀହି ଭେଦରେ ଧାନ୍ୟ କ୍ରିବିଧ ପୂର୍ବକାଳରେ ଧାନ ଓ ବ୍ରୀହି ଶବ୍ଦ ଦ୍ୱୟ ଏକାର୍ଥବାଚକ ଥିଲା ତହିଁର ଅର୍ଥ ଖାଦ୍ୟ ଶସ୍ୟ. ଅମରକୋଷ ଓ ମେଦିନୀରେ ଧାନ୍ୟ ଓ ବ୍ରୀହି ଏକ ଥିବାର ଉଲ୍ଲେଖ ଅଛି କେହି କେହି ଶାସ୍ତ୍ରକାର ଧାନ୍ୟକୁ ପାଞ୍ଚ ଭାଗରେ ବିଭକ୍ତ କରିବାର ଦେଖାଯାଏ ===
- ୧. କ୍ଷୁଦ୍ର ବା କଙ୍ଗ ଧାନ୍ୟ—ଶୁଆଁ, ଚୀନା, କୋଦୁଅ
- ୨. ଶାଳୀ ଧାନ୍ୟ—ଶାରଦ ବା ହୈମନ୍ତିକ ଧାନ
- ୩. ଷାଷ୍ଠିକ ଧାନ୍ୟ—ଦାଳୁଅ ଧାନ
- ୪. ବ୍ରୀହି ଧାନ୍ୟ—ବିଆଳି ଧାନ
- ୫. ଶୂକ ଧାନ୍ୟ ବା ଶିମ୍ୱୀ ଧାନ୍ୟ—ଯେଉଁ ଶସ୍ୟ ଛୁଇ (ଶୂକ ବା ଶିମ୍ୱୀ) ମଧ୍ୟରେ ଥାଏ, ଯଥା—ବୁଟ, ବିରି, ମୁଗ, ହରଡ଼, ମସୁର, ବରଗୁଡ଼ ଆଦି
ଉପରୋକ୍ତ ଗଣନାରେ କେହି କହି ଷାଷ୍ଠିକ ଧାନ୍ୟ (୩ୟ) ପରିବର୍ତ୍ତେ ଶିମ୍ୱୀ ଧାନ୍ୟ ଓ ଷଷ୍ଠରେ ଶୂକ ଧାନ୍ୟ ଗଣନା କରି ଅଛନ୍ତି ଯେଉଁ ଶସ୍ୟ ଶିମ୍ୱୀ (ଛୁଇଁ) ମଧ୍ୟରେ ଥାଏ ତାହାକୁ ଶିମ୍ୱା ଧାନ୍ୟ (ଯଥା ମୁଗ, ବିରି, ହରଡ଼, ମସୁର, କୋଳଥ, ବରଗୁଡ଼ି) ଓ ଯେଉଁ ଶସ୍ୟ ଅଗରେ ଶୂକ (ଶିଂଘ ବା ନିଶ) ଥାଏ ତାକୁ ଶୂକ ଧାନ୍ୟ (ଯଥା ବଳୁଙ୍ଗା, ଗହମ, ଯବ) ରୂପେ ଗଣିଅଛନ୍ତି]