Jump to content

ଧାନ ବେଙ୍ଗୁଳିବା

ଉଇକିଅଭିଧାନ‌ରୁ

ଧାନ ବେଙ୍ଗୁଳିବା

ଉଚ୍ଚାରଣ

[ସମ୍ପାଦନା]

ଧାନବେଙ୍ଗଳା(ଳେ)ଇବା, ଧାନବେଙ୍ଗଳା ପକା(କେ)ଇବା, ଧାନବେଙ୍ଗୁଳା(ଳେ)ଇବା—ଅନ୍ୟରୁପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଧାନକେଣ୍ଡାରୁ ଧାନକୁ ପୃଥକ୍ କରିବା ପାଇଁ ବଳଦଙ୍କ ଗୋଡ଼ରେ ତାହା ମକଚାଇବା —୧. To have the paddy- grains threshed out from the stalks by having the sheaves trodden by bullocks
୨. ବଳଦଙ୍କ ଖୁରାରେ ଧାନହଳାମାନ ମକଚା ହେବା ପାଇଁ ବନ୍ଧନମୁକ୍ତ ଧାନହଳାମାନଙ୍କୁ ମେରିଖୁଣ୍ଟର ଚାରିପାଖରେ ବୃତ୍ତାକାରରେ ସଜାଡ଼ି ରଖିବା —୨. To arrange paddy sheaves round the central post in a threshing floor to have them trodden upon by bullocks tethered together and driven round the post.

[ଦ୍ରଷ୍ଟବ୍ୟ —ପ୍ରଥମେ ଖଳାରେ ମେରିଖୁଣ୍ଟ ପୋତି ସେ ମେରିଖୁଣ୍ଟର ଚାରିପାଖେ ବୃତ୍ତାକାରରେ ଧାନହଳାମାନଙ୍କ ବନ୍ଧନକୁ ଛିନ୍ନ କରି ଧାନକେଣ୍ଡାମାନଙ୍କୁ ବିଛାଇ ଦିଆଯାଏ ତତ୍ପରେ ମେରିରେ ଏକାଧିକ ଫାଶ ବା ଘାଗୁଡ଼ି ଲାଗିଥିବା ଖଣ୍ଡେ ଲମ୍ୱ ଦଉଡ଼ି (ଦାଉଣୀ) ଲଗାଯାଇ ସେହି ଦାଉଣୀରେ ଏକାଧିକ ବଳଦ ବନ୍ଧାଯାଇ ବୃତ୍ତର ବ୍ୟାସାର୍ଦ୍ଧରୂପେ ଯୋଚା ହୁଅନ୍ତି ବଳଦମାନେ ମେରିଖୁଣ୍ଟର କେନ୍ଦ୍ର କରି ଦାଉଣୀକୁ ବ୍ୟାସାର୍ଦ୍ଧ କରି ଘାଉରି ବୁଲି ତଳେ ବିଛାଇ ଦିଆଯାଇ ଥିବା ଧାନହଳାକୁ ଖୁରାରେ ମକଚିଲେ ଧାନ ଶସ୍ୟଯାକ ଅଲଗା ହୋଇଯାଏ ଓ ନଡ଼ା ମକଚି ହୋଇ ପାଳ ବା କୁଟାରେ ପରିଣତି ହୁଏ ଉପରୁ କୁଟାଯାକ ଝାଡ଼ିଦେଲେ ଛିଣ୍ଡାକୁଟା, ଅଗାଡ଼ି ଓ ଧୂସ ମିଶା ଯେଉଁ ଧାନ ତଳେ ରହିଯାଏ ତାକୁ ପବନ ସାହାଯ୍ୟରେ ବା କୁଲାରେ ବିଞ୍ଚି ଉଡ଼ାଇଲେ ବା କୁଳରେ ପାଛୁଡ଼ିଲେ ସେଥିରୁ କୁଟାଗୁଣ୍ଡା, ଧୂସ, ଅଗାଡ଼ି ବାହାରିଯାଇ ନିର୍ମିତ ଧାନ ରହିଯାଏ]