ଧାନ ଭାଙ୍ଗିବା
ଦେଖଣା
ଧାନ ଭାଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]ଧାନରେ ବାଉଁଶ ଦେବା, ଧାନରେ ବାଉଁଶ ଚଲା(ଲ)ଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଧାନ ଭାଙ୍ଗିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଧାନଗଛର କେଣ୍ଡା ବାହାରିଲେ ସିଧା ହୋଇ ଠିଆ ହୋଇଥିବା ଧାନଗଛମାନ କେଣ୍ଡାର ଭାରରେ ଇତସ୍ତତଃ ଲଇଁ ପଡ଼ିବା ବିଷୟ ନିବାରଣ ପରିବା ପାଇଁ ଠିଆ ହୋଇଥିବା ଧାନ ଗଛମାନଙ୍କ ଉପରେ ଗୋଟିଏ ଲମ୍ୱ ବାଉଁଶ ଚଳାଇବା — To draw a long bamboo over the paddy plants when the ears have come out, so as to make the stalks lie on the field in a regular order.
[ଦ୍ରଷ୍ଟବ୍ୟ —ଏପରି କଲେ ଧାନଗଛମାନ ଗୋଟିଏ ଆଡ଼କୁ ଢଳି ପଡ଼େ ଓ ଧାନକଟାଳିମାନଙ୍କୁ ଧାନ କାଟିବାକୁ ସୁବିଧାଜନକ ହୁଏ ଯେଉଁ ଧାନରେ ବାଉଁଶ ଦିଆଯାଇ ନ ଥାଏ ସେ ଧାନଗଛମାନ କେଣ୍ଡାଧରି ଏଣେ ତେଣେ ଢଳିଥାଏ ଏଥିଲାଗି ଧାନ କାଟିଲାବେଳେ ପ୍ରତ୍ୟେକ ଗଛର ମୂଳକୁ କଟାଳି ସୁବିଧା ଅନୁସାରେ ଆୟତ୍ତ କରି ପାରେ ନାହିଁ ଓ ଧାନ କାଟିବାକୁ ବହୁତ ସମୟ ଲାଗେ]