ଧାନ ମୁକୁଳ
ଦେଖଣା
ଧାନ ମୁକୁଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧାନ ମୁକୁଳ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଟାଳି ବିଲରୁ କାଟି ଖଳାକୁ ବୋହି ଆଣିଥିବା ଧାନହଳାମାନଙ୍କର ଯେଉଁ ନିର୍ଦ୍ଦିଷ୍ଟ ଅଂଶ ମୂଲସ୍ୱରୂପ କଟାଳି ପାଏ —The stipulated share given to a reaper out of the paddy sheaves harvested by him and brought to the threshing floor.
[ଦ୍ରଷ୍ଟବ୍ୟ —ସଧାରଣ ମୁଲିଆ କଟାଳିମାନେ ଯେଉଁ ଧାନ କାଟନ୍ତି ସେଥିପାଇଁ କେତେକ ଅଞ୍ଚଳରେ ସେମାନେ ନଗଦ ପଇସା ବା ଚୁନା ଧାନ ନିର୍ଦ୍ଦିଷ୍ଟ ରେଟ୍ରେ ମୂଲ ପଆନ୍ତି କିନ୍ତୁ ଅନେକ ଅଞ୍ଚଳରେ ସେମାନେ ମୁକୁଳ ପଆନ୍ତି ଦଶଟି କିମ୍ୱା ବାରଟି ହଳା କାଟିଥିବା କଟାଳି ସେଥିମଧ୍ୟରୁ ଗୋଟିଏ ହଳା ଆପଣାର କଟା ମୂଲ ବା ମୁକୁଳ ପାଏ କ୍ଷେତ୍ରମଧ୍ୟରୁ କୋଠିଆ ବା ହଳିଆ ଆଠଟା ହଳାରେ ଗୋଟିଏ ହଳା ମୁକୁଳ ପାଏ]