Jump to content

ଧୂପ

ଉଇକିଅଭିଧାନ‌ରୁ

ଧୂପ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଧୂପ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଝୂଣା ଆଦି ନିଆଁରେ ପୋଡିଲେ ତହିଁରୁ ଯେଉଁ ସୁଗନ୍ଧ ବାହାରେ — ୧. Frankincense; incence; smoke arising from scented resin etc thrown over fire; aromatic vapour or smoke.
୨. ଦେବାର୍ଚ୍ଚନରେ ଦେବାତାଙ୍କ ଆଗରେ ଅଗ୍ନିରେ ଝୂଣା ଆଦି ପକାଇବାରୁ ଦହିଁରୁ ସୁଗନ୍ଧ ଧୂଆଁ ବାହାରିବା କ୍ରିୟା — ୨. The act of offering or burning incense during worship.

[ଦ୍ରଷ୍ଟବ୍ୟ —ନିର୍ଯ୍ୟାସ ବା ଘୃତ, ପରାଗ ବା ଚୂର୍ଣ୍ଣ, କାଷ୍ଠ ବା ଅଗୁରୁ ଆଦି, ଗନ୍ଧ ବା କସ୍ତୁରୀ ଆଦି ଓ କୁତ୍ରିମ ବା ବର୍ତ୍ତିକାଦି ଭେଦରେ ଧୂପ ୫ ପ୍ରକାର କୃତ୍ରିମା ଧୂପ—ପଞ୍ଚାଙ୍ଗ, ଷଡଙ୍ଗ, ଅଷ୍ଟାଙ୍ଗ, ଦଶାଙ୍ଗ, ଦ୍ୱାଦଶାଙ୍ଗ ଓ ଷୋଡଶାଙ୍ଗ ଦେବାର୍ଚନରେ ପ୍ରଶସ୍ତ ପଞ୍ଚାଙ୍ଗ ଧୂପ—ଚନ୍ଦନ, କୁଙ୍କୁମ, କର୍ପୂର, ଗୁଗ୍ଗୁଳ ଏବଂ ଅଗୁରୁ଼ ଘୃତସଂଯୁକ୍ତ ହୋଇ ପ୍ରସ୍ତୁତ ହୁଏ ଷଡଙ୍ଗଧୂପ—ଚନ୍ଦନ, ଉଶୀର, ଗୁଗ୍ଗୁଳ, ଅଗୁରୁ, ଶର୍କରା ଓ ମଧୁସହ ଘୃତି ମିଶ୍ରିତ ହୋଇଥାଏ ଅଷ୍ଟାଙ୍ଗଧୂପ—ପଞ୍ଚାଙ୍ଗଧୂପ ସଙ୍ଗେ ତେଜପତ୍ର, ସୁଗନ୍ଧବାଳା ଓ କୂଢ— ମିଶି ଏହା ପ୍ରସ୍ତୁତ ହୁଏ ଦଶାଙ୍ଗଧୂପ—ମଧୁ, ମୁସ୍ତକ, ଘୃତ, ଗନ୍ଧକ, ଗୁଗ୍ଗୁଳ, ଅଗୁରୁ, ଶୈଳଜ, ସରଳ (ବିଡି), ସିହ୍ଲକ (ଶିଳାରସ) ଓ ଶ୍ୱେତ ସର୍ଷପର ମିଶ୍ରଣରେ ପ୍ରସ୍ତୁତ ଷୋଡଶାଙ୍ଗ ଧୂପ—ମୁସ୍ତକ, ଦେବଦାରୁ, ଓଳା, ମୁରାମାଂସୀ ଏବଂ ଦ୍ୱାଦଶାହ୍ଗ ଧୂପର ଉପକରଣ, ମାନ ଘୃତରେ ମିଶ୍ରିତ ହୋଇଥାଏ ସାଧାରଣତଃ ଲୋକେ ଝୁଣା, ଗୁଗ୍ଗୁଳ ଓ ଘିଅରେ ଦେବତାଙ୍କ ଆଗରେ ଧୂପ ଦିଅନ୍ତି ଭୁତପ୍ରେତାଦି ଛିଡାଇବା ନିମନ୍ତେ ହଳଦୀ, ଅଡୁଆବାଳ ଓ ଜନାର୍ଦ୍ଦନ ଧୂପଆଦିରେ ଧୂପ ଦିଆଯାଏ ହିନ୍ଦୀ - ଶବ୍ଦସାଗର]

୩. ଧୂଆଁ ଦେବା —୩. Fumigation.
୪. ତାପନ —୪. Heating.
୫. ସୁଗନ୍ଧ ଚୂର୍ଣ୍ଣ —୫. A fragrant powder.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦେବପୂଜା; ଅର୍ଚ୍ଚନା; ଭୋଗ — ୧. Worship of a Deity with offerings.

[ ଦ୍ର—ଧୂପ ଦେବାର୍ଚ୍ଚନର ଗୋଟିଏ ପ୍ରଧାନ ଅଙ୍ଗ ଥିବାରୁ ପୁରୀର ଜଗନ୍ନାଥଆଦି ଦେବତାଙ୍କର ପୂଜା ବା ଭୋଗକୁ ଧୂପ ବୋଲାଯାଏ ଜଗନ୍ନାଥଙ୍କର ୫ ଗୋଟି ଧୂପ ବା ଭୋଗ ହୁଏ; ଯଥା—ସକାଳ ଧୂପ, ଦିପହର ଧୂପ, ଭୋଗମଣ୍ଡପ, ସଞଧୂପ ଓ ବଡ଼ଶିଙ୍ଗାର କେହି କେହି ଭୋଗମଣ୍ଡପ ଓ ବଡ଼ଶିଙ୍ଗାରକୁ 'ଧୂପ' ବୋଲି ଗଣନା କରିନ୍ତି ନାହିଁ ସେମାଙ୍କ ମତରେ 'ଧୂପ' ୩ ଗୋଟି ଯେଉଁ ଭୋଗରେ ଷୋଡ଼ଶୋପଚାର ପୂଜା ହୁଏ ତାହା ଧୂପ ମଧ୍ୟରେ ଗଣ୍ୟ ଶ୍ରୀ ଜଗନ୍ନଥ ଓ ଲିଙ୍ଗରାଜ ମହାପ୍ରଭୁଙ୍କଠାରୁ ଏପରି ଧୂପ ହେବାର ବିଧାନ ଅଛି

'ଧୂପ' ଲାଗୁଥିବା ବେଳେ ଦେବତାଙ୍କ ଆଗରେ ଚନ୍ଦନ ଅର୍ଗଳୀଠାରେ 'ଟେରା' ପଡ଼ିଥାଏ ଓ ଯାତ୍ରୀମାନେ ସେ ସମୟରେ ଦେବତାଙ୍କ ଦର୍ଶନ କରି ପରନ୍ତି ନାହିଂ 'ଧୂପ' ସରିବା ପରେ 'ଟେରା' ପିଟାଯାଏ ଓ ଯାତ୍ରୀମାନେ ଦେବଦର୍ଶନର ସୁବିଧା ପାଆନ୍ତି ]

୨. ସୂର୍ଯ୍ୟକିରଣ; ଖରା —୨. Sun's rays.
୩. ସୌର ତାପ —୩. Solar heat.
୪. ଗ୍ରୀଷ୍ମକାଳର ଦ୍ୱିପହରର ତାପ — ୪. The midday heat of summer.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୀପ୍ତ)

[ସମ୍ପାଦନା]
୧. ଦୀପ୍ତ; ତେଜୀୟାନ୍ — ୧. Shining.

ପ୍ରାଦେଶିକ - (କଳାହାଣ୍ଡି) ବିଶେଷ୍ୟ -

[ସମ୍ପାଦନା]

ଝୁଣା —Resin.