Jump to content

ଧୂମ

ଉଇକିଅଭିଧାନ‌ରୁ

ଧୂମ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି— (ଧୂ ଧାତୁ=କମ୍ପିବା+ସଂଜ୍ଞାର୍ଥରେ ମ)

[ସମ୍ପାଦନା]
୧. ଧୂଆଁ — ୧. Smoke.
୨. ବାମ୍ଫ; ବାଷ୍ପ —୨. Steam; vapour.
୩. କୁହୁଡ଼ି —୩. Mist; haze.
୪. ଉଲ୍କା —୪. Meteor.
୫. ଉଲ୍କାପାତ —୫. The fall of a meteor.
୬. ମେଘ —୬. Cloud.


୭. ଅଜୀର୍ଣ୍ଣ ହାକୁଟି; ଖଇରି ହାକୁଟି — ୭. Acid belching due to indigestion.
୮. ଘରତଳି ଜମି — ୮. The site of a proposed building.
୯. କେତେକ ରୋଗରେ ରୋଗୀକୁ ସେବନ କରା ହେବା ଔଷଧବର୍ତ୍ତିକାର ଧୂଆଁ —୯. Smoke from medicated wicks inhalded by a person suffering from certain diseases.

[ ଦ୍ର—ସୁଶ୍ରୁତରେ ୫ ପ୍ରକାର ଧୂମର ଉଲ୍ଲେଖ ଅଛି ୧ ପ୍ରାୟୋଗିକ—କେତେକ ମସଲା ଦିଆଯାଇଥିବା ବତିର ଧୂଆଁ, ୨ ସ୍ନେହନ ମସଲା ଦିଆଯାଇ ଘିଅ ବା ତେଲରେ ବୁଡ଼ା ଯାଇଥିବା ବତିର ଧୂଆଁ,୩ ବୈରେଚନ—ପିପଳୀ, ବିଡ଼ଙ୍ଗ, ଅପମାର୍ଗ ଇତ୍ୟାଦି ନସ୍ୟ ଦ୍ରବ୍ୟର ବତିର ଧୂଆଁ,୪ କାସଘ୍ନ— କକଡ଼ାଶୃଙ୍ଗୀ, କଣ୍ଟକାରୀ, ବୃହତୀ ଆଦି ଦ୍ରବ୍ୟର ବତିର ଧୂଆଁ ୫ ବାମନୀୟ—ଚମଡ଼ା, ଶିଂଘ, ଶୁଖିଲା ମାଛ ଓ କୃମି ଆଦି ଧୂଆଁ—ହିନ୍ଦୀ - ଶବ୍ଦସାଗର ]

୧. ଧୂମକେତୁ (ହିନ୍ଦୀ - ଶବ୍ଦସାଗର) —୧୦. Coment.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରବଳ ବତାସ; ଝଡ଼, ତୋଫାନ — ୧. Tempest; tornado.
୨. ମେଘ ନ ଥାଇ ଯେଉଁ ଝଞ୍ଜା ପବନ ବହେ ଓ ଯେଉଁ ପବନଦ୍ୱାରା ଧୂଳି ଉଡ଼ି ଆକାଶ ଧୂମାବୃତ ହେଲା ପରି ଜଣାଯାଏ —୨. A tempest without rain; violent wind; dust-storm.
୩. ଧୂମ୍; ଗୋଳମାଳ —୩. Noise.

ଯାନବାହାନରେ ଲାଗିଅଛି ଧୂମ—ରାଧାନାଥ. ଦରବାର