ଧୂମାବତୀ
ଧୂମାବତୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧୂମ+ଆ=ଧୂମା+ବତ୍; ସ୍ତ୍ରୀ. ଈ)
[ସମ୍ପାଦନା]ଦଶ ମହାବିଦ୍ୟାରୁ ଗୋଟିଏ; ଦୁର୍ଗାଙ୍କର ତନ୍ତ୍ରୋକ୍ତ ୧ ଆକାରରୁ ଏକତମ —One of the ୧୦ forms of Goddess Durgā in her darkish wid-<? ?> p ras. worshipped according to [ଦ୍ରଷ୍ଟବ୍ୟ —ତନ୍ତ୍ରରେ ଏହାଙ୍କ ଧ୍ୟାନରେ ନିମ୍ନଲିଖିତ ରୂପ ବର୍ଣ୍ଣିତ ହୋଇଅଛି—ବିବର୍ଣ୍ଣା, ଚଞ୍ଚଳା, ଦୁଷ୍ଟ, ଦୀର୍ଘ, ମଲିନାମ୍ୱରା, ବିମୁକ୍ତ— କୁନ୍ତଳା, ରୁକ୍ଷା, ବିଧବା, ବିରଳଦନ୍ତା, କାକଧ୍ୱଜରାଥାରୂଢ଼ା, ବିଳମ୍ୱିତପୟୋଧରା, ସର୍ପହସ୍ତା, ଅତିରୁକ୍ଷାକ୍ଷା, ଧୂତହସ୍ତବରାନ୍ୱିତା, ଉଚ୍ଚନାସିକା, ଅତିକୁଟିଳା, କୁଟିଲେକ୍ଷଣା, କ୍ଷୁତ୍ପିପାସର୍ଦ୍ଦିତା, ନିତ୍ୟଭୟତା ଓ କଳହାସ୍ପଦା ତନ୍ତ୍ରରେ ଲଖାଅଛି ଯେ ପାର୍ବତୀ ଥରେ କ୍ଷୁଧାତୁରା ହୋଇ ମହାଦେବଙ୍କୁ ଖାଇବାକୁ ମାଗିଲେ; ବିଳମ୍ୱ ହେବାରୁ ଅତ୍ୟନ୍ତ କ୍ଷୁଧାତୁରା ହୋଇ ସ୍ୱୟଂ ମହାଦେବଙ୍କୁ ଗିଳି ଦେଲେ ଓ ତତ୍ପରେ ଏହାଙ୍କ ଶରୀର ଧୂମ୍ରମୟ ହୋଇଗଲା ଶେଷରେ ମହାଦେବ ପ୍ରକଟ ହୋଇ କହିଲେ 'ତୁମେ ମୋତେ ଗିଳି ଦେବାରୁ ବିଧବା ହୋଇଅଛ ତୁମ୍ଭେ ଜଗତରେ ଏହି ବେଶରେ ପୂଜା ପାଇବ' ହିନ୍ଦୀ - ଶବ୍ଦସାଗର]