ଧୂଳିଆ କରିବା
ଦେଖଣା
ଧୂଳିଆ କରିବା
ଉଚ୍ଚାରଣ
[ସମ୍ପାଦନା](ଧୁଳିଆ ମାରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଯାହା ଆପଣାର ପ୍ରାପ୍ୟ ନୁହେଁ ତାହା ଆଦାୟ କରିବା —To realise some profit which is not one's own.
[ଦ୍ରଷ୍ଟବ୍ୟ —ଏକ ପଣ୍ଡାର ଯଜମାନ ଯାନ୍ତ୍ରୀ ସଙ୍ଗେ ଅନ୍ୟ ଏକ ପଣ୍ଡାର ଗୁମାସ୍ତା ଦୁର ଦେଶରୁ ତୀର୍ଥ ପର୍ଯ୍ୟନ୍ତ ଆସି ସେ ଯାତ୍ରୀକୁ ଫୁସୁଲା ଫୁସୁଲି କରି ତାହାକୁ ତାହାର ପାରମ୍ପରିକ ପଣ୍ଡା— ଠାରୁ ଛଡ଼ାଇ ନେଇ କାଳେ ଆପଣା ପଣ୍ଡା ନିକଟରେ ପହଞ୍ଚାଇବ, ଏହି ଭୟରେ ଯାତ୍ରୀର ପାରିବାରିକ ବା ପୈତୃକ ପଣ୍ଡା ଯାତ୍ରୀଠାରୁ ପାଇବା ଉକ୍ତ ଧୂଳିଆ ଗୁମାସ୍ତାକୁ ଲାଭରୁ କିଛି ଅଂଶ ଦିଏ ଉକ୍ତ ଗୁମାସ୍ତାକୁ 'ଧୂଳିଆ' ଓ ତାହାର କାର୍ଯ୍ୟକୁ 'ଧୂଳିଆ କରିବା' ବୋଲାଯାଏ ଏଥିରୁ 'ଧୂଳିଆ କରିବା' ଏହି କ୍ରିୟାର ଲକ୍ଷଣାର୍ଥ ପ୍ରୟୋଗ ଚଳିଅଛି]