ଧୂଳି ଉଡ଼େଇବା
ଦେଖଣା
ଧୂଳି ଉଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଧୂଳି+ଉଡ଼୍ଡୟନ)
[ସମ୍ପାଦନା]- ୧. ଧୂଳିମୟ ରାସ୍ତାରେ ଚାଲିବାଦ୍ୱାରା ରାସ୍ତାର ଧୂଳିକୁ ପାଦ ବା ଖୁରାର ଆଘାତଦ୍ୱାରା ପବନରେ ସଞ୍ଚାଳିତ କରିବା —୧. To raise the dust from a dusty road by the tread of the feet or hoofs.
ଧଳି ଉଡ଼ାଇଣ ଦାଣ୍ଡେ କରି ହମ୍ୱାରଡ଼ି ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି ମଧୁସୁଦନ. ଛାନ୍ଦମାଳା
- ୨. ଯେଉଁଆଡ଼ୁ ପବନ ବହୁଛି ସେହିଆଡ଼ୁ କୌଣସି ବ୍ୟକ୍ତି— ଆଡ଼କୁ ବା ଉପରକୁ ଧୂଳିକୁ ସଞ୍ଚାଳିତ କରିବା — ୨. To cause dust to be blown towards a person by wind.
- ୩. ଧୂଳା ଉଡ଼ୀଇବା (ଦେଖ) - —୩. Dhūḻā uṟḍ̠āibā (See)
- ୪. (ପବନ ବା ବତାସ) ଭୂପୃଷ୍ଠରେ ଥିବା ଧୂଳିକୁ ଶୂନ୍ୟକୁ ସଞ୍ଚାଳିତ କରିବା —୪. (the wind or tempest) To raise the dust off the ground.