ଧୃଷ୍ଟ
ଦେଖଣା
ଧୃଷ୍ଟ
ଉଚ୍ଚାରଣ
[ସମ୍ପାଦନା](ଧୃଷ୍ଟା—ସ୍ତ୍ରୀ)
(ଧୃଷ୍ଟତା, ଧାର୍ଷ୍ଟ୍ୟ—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧୃଷ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ନିର୍ଲ୍ଲଜ୍ଜ; ଧୀଟ —୧. Shameless: immodest; impudent.
- ୨. ଅବାଧ୍ୟ; ଉଦ୍ଧତ — ୨. Insolent; arrogant.
- ୩. ପ୍ରଗଲ୍ଭ —୩. Bold; forward.
- ୪. ଲମ୍ପଟ —୪. Adulterous; guilty of adultery.
- ୫. ଯେ ଅନୁଚିତ କାର୍ଯ୍ୟ କରି ସୁଦ୍ଧା ଦାମ୍ଭିକତା ବା ମୁହଁଭୁରୁଡ଼ୁ ବାହାର କରେ — ୫. Brazen-faced,
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନାୟକବିଶେଷ; ଯେଉଁ ନାୟକ ଅନ୍ୟ ନାୟିକା ପ୍ରତି ଆସକ୍ତିଜନିତ ଅପରାଧ କରି ସୁଦ୍ଧା ଶଙ୍କାହୀନ ହୁଏ ଓ ତିରସ୍କୃତ ହୋଇ ମଧ୍ୟ ନିର୍ଲଜ୍ଜ ହୁଏ ଏବଂ ମିଥ୍ୟା କହି ନିଜ ଦୋଷ ଗୋପନ କରେ — ୧. An insolent and impudent lover who pays attention to more than one woman and assumes an air of innocence before each of them.
- ୨. (ନାମ) ଚେଦିବଂଶୀୟ କୁନ୍ତୀ ରାଜଙ୍କ ପୁତ୍ର — ୨. Name of a son of king Kuntī.
- ୩. (ନାମ) ଭାଗବତେକ୍ତ ସପ୍ତମ ମନୁଙ୍କର ଏକ ପୁତ୍ର — ୩. Name of a son of the ୭th Manu.
- ୪. ଅସ୍ତ୍ରର ସଂହାର (ହି, ଶବ୍ଦସାଗର) — ୪. The withdrawal of the effects of a weapon.