ଧ୍ରୁବ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ନିଶ୍ଚଳ ତାରକାବିଶେଷ; ପୃଥିବୀର ଉତ୍ତର କେନ୍ଦ୍ରର ଠିକ୍ ଊର୍ଦ୍ଧ୍ଵରେ ଅବସ୍ଥିତ ସ୍ଥିର ତାରକା
  • ନିଶ୍ଚୟ
  • ପୃଥିବୀର ଅକ୍ଷଦଣ୍ତର ପ୍ରାନ୍ତଦ୍ଵୟ
  • ପୃଥିବୀର ଉତ୍ତର କେନ୍ଦ୍ର; ସୁମେରୁ
  • ସ୍ଥାୟିତ୍ଵ
  • ବ୍ରହ୍ମା
  • ବସୁବିଶେଷ; ଅଷ୍ଟାବସୁ ମଧ୍ୟରୁ ଏକତମ
  • ବିଷ୍ଣୁ
  • ଶିବ
  • ଖୂଣ୍ଟି; ଖୂଣ୍ଟା
  • ସ୍ଥାଣୁ ବା ଲଣ୍ତା ଗଛ; ଲଣ୍ତା ଗଛର ଗଣ୍ତି
  • ଉତ୍ତାନପାଦ ରାଜାଙ୍କର ପୁତ୍ର; ପରମବୈଷ୍ଣବ ଭକ୍ତବାଳକ ବିଶେଷ
  • ଲଲାଟସ୍ଥ ଅବିର୍ତ୍ତକବିଶେଷ
  • ନାସାଗ୍ରଭାଗ
  • ଗୀତର ଘୋଷା
  • ଗ୍ରହମାନଙ୍କ ଶୁଭଯୋଗବିଶେଷ
  • ଉତପ୍ରେକ୍ଷା
  • ଧ୍ରୁବଯଷ୍ଟି; ପୃଥିବୀର ଦୁଇ ମେରୁ ଉପରେ ଥିବା ଖଗୋଳର ବିନ୍ଦୁଦ୍ଵୟ; ସୌମ୍ୟ ଧ୍ରୁବ ଓ ଯମ୍ୟ ଧ୍ରୁବ
  • ମୈରବ ଦ୍ରାଘିମା; ନାକ୍ଷତ୍ରିକ ମଣ୍ତଳର ଆରମ୍ଭଠାରୁ କୌଣସି ଗ୍ରହର ଦୂରତ୍ଵ
  • ଡିମ୍ବିରିଗଛ
  • ସମୟ; ଯୁଗ
  • ଯଜ୍ଞପାତ୍ରବିଶେଷ
  • ବଟ ବୃକ୍ଷ
  • ଶରାରି ପକ୍ଷୀ
  • ଶରୀରର ଭଉଁରୀ
  • ଉତ୍ତରଫାଲଗୁନୀ, ଉତ୍ତରାଷାଢା, ଉତ୍ତର ଭାଦ୍ରପଦ ଓ ରୋହିଣୀ ସମ୍ବଳିତ ନକ୍ଷତ୍ରଗଣ
  • ତାଳୁ ନାଲ ପଡି ଯିବା ଓ ଫୁଲିବା ରୋଗବିଶେଷ
  • କୌଣସି ଦେବତାଙ୍କୁ ଅର୍ପିତ ନ ହୋଇ ସୋମରସର ଯେଉଁ ଭାଗ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରଖାଯାଇ ଥାଏ
  • ଆକାଶ
  • ପର୍ବତ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଲୋକଙ୍କ ନାମଧ୍ରୁବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଧ୍ରୁ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ)[ସମ୍ପାଦନା]

୧. ନିଶ୍ଚଳ ତାରକାବିଶେଷ; ପୃଥିବୀର ଉତ୍ତର କେନ୍ଦ୍ରର ଠିକ୍ ଊର୍ଦ୍ଧ୍ୱରେ ଅବସ୍ଥିତ ସ୍ଥର ତାରକା — ୧. The pole star; the polaris.

[ଦ୍ରଷ୍ଟବ୍ୟ —ଏହା ସର୍ବଦା ସ୍ଥିର ଏହାକୁ ଦେଖି ଅକୂଳ ସମୁଦ୍ରରେ ଓ ମରୁଭୂମିରେ ନାବିକ ଓ ପଥିକମାନେ ରାତିରେ ଦିଗ ଓ ଗନ୍ତବ୍ୟ ପଥ ନିର୍ଣ୍ଣୟ କରନ୍ତି ଉତ୍ତର ଓ ହକ୍ଷିଣରେ ଏପରି ୨ଟି ସ୍ଥିର ତାରା ଅଛନ୍ତି ସାଧାରଣତଃ ଆମ୍ଭେମାନେ ଉତ୍ତର ଧ୍ରୁବ ତାରା (ସୌମ୍ୟ ଧ୍ରୁବତାରା)କୁ ଦେଖୁଁ ଦକ୍ଷିଣ ଧ୍ରୁବତାରା (ବା ଯାମ୍ୟ ଧ୍ରୁବତାରା) ଦକ୍ଷିଣ ଦିଗ୍ୱଳୟ ତଳେ ଥିବାରୁ ଆମ୍ଭମାନଙ୍କୁ ଦେଖାଯାଏ ନାହିଁ ସାଧାରଣତଃ ଉତ୍ତରଧ୍ରୁବ ବା ସୌମ୍ୟ ଧ୍ରୁବକୁ ଧ୍ରୁବ ନକ୍ଷତ୍ର ବୋଲାଯାଏ ('ନକ୍ଷତ୍ର' ତଳେ ନୋଟ୍ ଦେଖ)]


୨. ନିଶ୍ଚଳ —୨. Certainty.
୩. (ଭୂଗୋଳ) ପୃଥିବୀର ଅକ୍ଷଦଣ୍ଡର ପ୍ରାନ୍ତଦ୍ୱୟ — ୩. (geography) The two ends of the earth's axis; the poles of the earth.

[ଦ୍ରଷ୍ଟବ୍ୟ —ଉତ୍ତର ପ୍ରାନ୍ତକୁ ଉତ୍ତର ଧ୍ରୁବ ବା ସୌମ୍ୟ ଧ୍ରୁବ ଓ ଦକ୍ଷିଣ ପ୍ରାନ୍ତକୁ ଦକ୍ଷିଣ ଧ୍ରୁବ ବା ଯାମ୍ୟଧ୍ରୁବ ବୋଲାଯାଏ

ପୃଥିବୀ ଲଟୁ ପରି ଆପଣା ଅକ୍ଷଦଣ୍ଡ ଉପରେ ଘୁରୁ ଘୁରୁ ବର୍ଷକେ ଥରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଅଛି ଏହି ଅକ୍ଷଦଣ୍ଡ (axis)ର ଉତ୍ତର ମୁଣ୍ଡ ଉତ୍ତରଧ୍ରୁବ ବା ସୁମେରୁ ଓ ଦକ୍ଷିଣମୁଣ୍ଡ ଦକ୍ଷିଣଧ୍ରୁବ ବା କୁମେରୁ ଅଟେ ଏହି ମେରୁ ଦ୍ୱୟରୁ ଯଥାକ୍ରମେ ଦକ୍ଷିଣକୁ ଓ ଉତ୍ତରକୁ ୨୩୪: ଡିଗ୍ରୀ ଛଡ଼ା ଯେଉଁ ବୃତ୍ତ କଳ୍ପିତ ହୋଇଅଛି ତାହା ଯଥାକ୍ରମେ ଉତ୍ତର ଓ ଦକ୍ଷିଣ ଶୀତକଟିବନ୍ଧ ଅଟେ ଧ୍ରୁବଦ୍ୱୟ ଓ ଉକ୍ତ କଟିବନ୍ଧଦ୍ୱୟର ମଧ୍ୟସ୍ଥ ଅଞ୍ଚଳଦ୍ୱୟ ଶୀତପ୍ରଧାନ ଅଟେ ଓ ସର୍ବଦା ବରଫରେ ଆବୃତ ଧ୍ରୁବ ଦ୍ୱୟର ସନ୍ନିକଟସ୍ଥ ଅଞ୍ଚଳରେ ଦିନ ରାତି ସମାନ ହୁଏ ନାହିଁ ସୂର୍ଯ୍ୟ ଉତ୍ତରାୟଣରେ ଥିବା ୬ ମାସ ଉତ୍ତର ଧ୍ରୁବ ଅଞ୍ଚଳରେ ବରାବର ଦିନ ହୁଏ ଓ ଦକ୍ଷିଣ ଧ୍ରୁବ ଅଞ୍ଚଳ ବରାବର ରାତି ହୁଏ ସୂର୍ଯ୍ୟ ଦକ୍ଷିଣାୟନରେ ଥିବା ୬ ମାସ ଦକ୍ଷିଣଧ୍ରୁବ ଅଞ୍ଚଳରେ ୬ ମାସ ବରାବର ଦିନ ହୁଏ ଓ ଉତ୍ତର ଧ୍ରୁବ ଅଞ୍ଚଳରେ ୬ ମାସ ବରାବର ରାତି ହୁଏ ସେ ଅଞ୍ଚଳରେ ଆମଆଡ଼ ପରି ସୂର୍ଯ୍ୟ ଓ ଚନ୍ଦ୍ର ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହେବା ଦେଖାଯାଆନ୍ତି ନାହିଁ, କିନ୍ତୁ ଆକାଶରେ ଚାରି ଦିଗରେ ଘଣା ବଳଦ ପରି ଘୁରୁ ଥିବାର ଦେଖା ଯାଆନ୍ତି ଏହି ଧ୍ରୁବ ପ୍ରଦେଶ ଦ୍ୱୟରେ ଉଷାକାଳ ଓ ସନ୍ଧ୍ୟାକାଳର ରକ୍ତିମା ଦିଗ୍ୱଳୟରେ ୨ ଦିନ କାଳ ଘୂରିବା ପରି ଦେଖା ଯାଏ ଧ୍ରୁବ ପ୍ରଦେଶରେ ଶବ୍ଦର ଗତି ଖୁବ ଚଞ୍ଚଳ ହୁଏ ଏହି ପ୍ରଦେଶମାନଙ୍କରେ ରାତ୍ରି ହୋଇ ଥିବା ୬ ମାସ ମଧ୍ୟରେ ସମୟେ ସମୟେ ମେରୁଜ୍ୟୋତି (aurora) ନାମରେ ଗୋଟିଏ ନୈସର୍ଶିକ ନାନାବର୍ଣ୍ଣର ବିଚିତ୍ର ଜାଜ୍ୱଲ୍ୟମାନ ଆଲୋକବିଳାସ ଦେଖାଯାଏ (ହିନ୍ଦୀ - ଶ.)]

୪. ପୃଥିବୀର ଉତ୍ତର କେନ୍ଦ୍ର; ସୁମେରୁ (ଜ୍ଞାନେନ୍ଦ୍ର) — ୪. The north pole of the earth.
୫. ସ୍ଥାୟିତ୍ୱ —୫. Permanence.
୬. ବ୍ରହ୍ମା —୬. Brahmā
୭. ବସୁବିଶେଷ; ଅଷ୍ଟାବସୁ ମଧ୍ୟରୁ ଏକତମ — ୭. Name of one of the ୮ Basu Deities.
୮. ବିଷ୍ଣୁ —୮. Bishṇu.
୯. ଶିବ —୯. Ṡiba.
୧. ଖୁଣ୍ଟି; ଖୁଣ୍ଟା —୧୦. A post; a peg; stake.
୧୧. ସ୍ଥାଣୁ ବା ଲଣ୍ଡା ଗଛ; ଲଣ୍ଡା ଗଛର ଗଣ୍ଡି —୧୧. Stump. of a tree; the trunk of a lopped off tree.

ବକେ ବସିଥିଲା ଧ୍ରୁବ ଉପରେ ଭଞ୍ଜ. ବୈଦେହୀଶବିଳାସ

୧୨. (ଧ୍ରୁବଯୋଗରେ ଜନ୍ମଗ୍ରହଣ କରିଥିବାରୁ) ଉତ୍ତାନପାଦ ରାଜାଙ୍କର ପୁତ୍ର; ପରମବୈଷ୍ଣବ ଭକ୍ତାବଳକ ବିଶେଷ — ୧୨. Name of the son of Raja Uttānapāda, who, while a boy, was wholly devoted to Bishṇu.

[ଦ୍ରଷ୍ଟବ୍ୟ —ସ୍ନାୟମ୍ଭୂବ ମୁନିଙ୍କର ପୁତ୍ର ଉତ୍ତାନପାଦ ରାଜା କନିଷ୍ଠା ପତ୍ନୀ ସୁରୂଚିଙ୍କ ପ୍ରେରଣାରେ ତାଙ୍କର ପ୍ରଥମା ରାଣୀ ସୁନୀତିଙ୍କୁ ବନକୁ ନିର୍ବାସିତ କଲେ ସୁନୀତିଙ୍କର ବନବାସ ସମୟରେ ଦିନେ ରାଜା ମୃଗୟାକୁ ଯାଇଥିଲେ ସେ ପଥଭ୍ରଷ୍ଟ ହୋଇ ସୁନୀତିଙ୍କ କୁଟୀରରେ ପହଞ୍ଚିଲେ; ରାଜା ସୁନୀତିଙ୍କୁ ଆପଣା ରାଣୀ ବୋଲି ସେତେବେଳେ ଚିହ୍ନି ପାରି ନ ଥିଲେ; କିନ୍ତୁ ସୁନୀତି ରାଜାଙ୍କୁ ନିଜର ସ୍ୱାମୀ ବୋଲି ଚିହ୍ନିଲେ ଓ ତାଙ୍କୁ ଆଶ୍ରୟ ଦେଇ ଖୁବ୍ ଆଦର ଓ ସତ୍କାର କଲେ ରାଜା ସୁନୀତିଙ୍କ କୁଟୀରରେ ଏକ ରାତ୍ର ରହିଲେ ତତ୍— ଫଳରେ ସୁନୀତି ଗର୍ଭବତୀ ହୋଇ ଧ୍ରୁବଙ୍କୁ ଜନ୍ମ କଲେ ରାଜା ପରଦିନ ରାଜଧାନୀକୁ ଚାଲି ଆସିଲେ ରାଜା ସୁନୀତିଙ୍କୁ ଭେଟିବା ସମୟରେ ତାଙ୍କୁ ଗୋଟିଏ ଅଭିଜ୍ଞାନ ବା ସନ୍ତକ ଦେଇଥିଲେ; ସୁନୀତି ତାହା ଧ୍ରୁବଙ୍କ ହାତରେ ଦେଇ ତାହାଙ୍କୁ ପିତାଙ୍କ ନିକଟକୁ ପଠାଇଲେ ରାଜା ଉକ୍ତ ସନ୍ତକ ଦେଖି ଧ୍ରୁବଙ୍କୁ ଆପଣା ପୁତ୍ର ବୋଲି ଜାଣି କୋଳରେ ବସାଇଥିବା ସମୟରେ ବିମାତା ସୁରୁଚି ତାହା ଦେଖି ରାଜାଙ୍କୁ ତିରସ୍କାର କଲେ ଏବଂ ଧ୍ରୁବଙ୍କୁ ରାଜ— ପୁରରୁ ତଡ଼ିଦେଲେ ଧ୍ରୁବଲାଞ୍ଛନା ପାଇ ବନକୁ ଫେରି ଆସି ମାତା ସୁନୀତିଙ୍କୁ ଏ କଥା କହିବାରୁ ସେ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, "ଭଗବାନ୍ ଦୁଃଖୀର ଦୁଃଖ ଦୂର କରନ୍ତି" ବାଳକ ଧ୍ରୁବ ପଚାରିଲେ, "ଭଗବାନ କାହାନ୍ତି?" ମାତା କହିଲେ, "ସେ ସବୁଠାରେ ଅଛନ୍ତି ତାଙ୍କୁ ଯେ ଡାକେ ସେ ତା ଦୁଃଖ ଦୂର କରନ୍ତି ଓ ତାକୁ ଦେଖା ଦିଅନ୍ତି" ବାଳକ ଧ୍ରୁବ ମାତାଙ୍କଠାରୁ ଏହା ଶୁଣି ଅରଣ୍ୟକୁ ଯାଇ ଏକାନ୍ତଚିତ୍ତରେ ହରିଅଙ୍କୁ ଡାକିଲେ ହରି ବାଳକର ଭକ୍ତିରେ ବିଗଳିତ ହୋଇ ତାଙ୍କୁ ଦେଖା ଦେଲେ ବୈମାତ୍ରେୟ ଭ୍ରାତା 'ଉତ୍ତମ'ର ମୃତ୍ୱୁ ହେବାରୁ ଧ୍ରୁବ ରାଜା ହେଲେ ଧ୍ରୁବ ଶିଶୁମାନଙ୍କ କନ୍ୟା ଭ୍ରମିଙ୍କୁ ବିବାହ କଲେ ଭ୍ରମିଙ୍କ ଗର୍ଭରୁ କଳ୍ପ ଓ ବତ୍ସର ନାମରେ ଦୁଇ ପୁତ୍ର ଜାତ ହେଲେ ଧ୍ରୁବଙ୍କର ଅନ୍ୟ ଏକ ରାଣୀ ଇଳାଙ୍କ ଗର୍ଭରୁ ଉତ୍କଳ ନାମକ ପୁତ୍ର ଜାତ ହେଲେ ଧ୍ରୁବ ୩୬: ହଜାର ବର୍ଷ ରାଜ୍ୟ ଭୋଗ କରି ଦେହାନ୍ତେ ଧ୍ରୁବଲୋକ ପ୍ରାପ୍ତ ହେଲେ ଉତ୍ତରଦିଗର ଆକାଶରେ ଦେଖା ଯାଉଥିବା ଧ୍ରୁବ ନକ୍ଷତ୍ରହିଁ ଏହି ଧ୍ରୁବ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି]

୧୩. ଲଲାଟସ୍ଥ ଆବର୍ତ୍ତକବିଶେଷ — ୧୩. A whorl of hair in the middle of the forehead.
୧୪. ନାସାଗ୍ରଭାଗ (ଯାହାକୁ ଏକଦୃଷ୍ଟିରେ ଚାହିଁ ଯୋଗସାଧନ କରାଯାଏ) —୧୪. The tip of one's nose.
୧୫. ଗୀତର ଘୋଷା — ୧୫. The refrain or burden of a song; chorus; the introductory portion of a song repeated at the end of every stanza.
୧୬. (ଜ୍ୟୋତିଷ) ଗ୍ରହମାନଙ୍କ ଶୁଭଯୋଗବିଶେଷ — ୧୬. (astrology) Name of an auspicious combination of planets.

[ଦ୍ରଷ୍ଟବ୍ୟ —ଏ ଯୋଗରେ ଜନ୍ମିବା ବାଳକ ବିଦ୍ୱାନ୍, ଗୁଣିବାନ, ବୁଦ୍ଧିମାନ୍ ଓ ଯଶସ୍ୱୀ ହୁଏ]


୧୭. ଉତ୍ପ୍ରେକ୍ଷା —୧୭. Simile; metaphor.
୧୮. ଧ୍ରୁବଯଷ୍ଟି; ପୃଥିବୀର ଦୁଇ ମେରୁ ଉପରେ ଥିବା ଖଗୋଳର ବିନ୍ଦୁଦ୍ୱୟ; ସୌମ୍ୟ ଧ୍ରୁବ ଓ ଯାମ୍ୟ ଧ୍ରୁବ — ୧୮. Celestial poles.
୧୯. (ଗଣିତ ଜ୍ୟୋତିଷ)—ମୈରବ ଦ୍ରାଘିମା; ନାକ୍ଷତ୍ରିକ ମଣ୍ଡଳର ଆରମ୍ଭଠାରୁ କୌଣସି ଗ୍ରହର ଦୂରତ୍ୱ — ୧୯. (astronomy) The distance of a planet from the beginning of the sidereal zodiac; polar longitude (Apte).
୨. ଡିମ୍ୱିରିଗଛ —୨୦. The fig tree (Apte).
୨୧. ସମୟ; ଯୁଗ — ୨୧. Time; epoch (Apte).
୨୨. ଯଜ୍ଞାପାତ୍ରବିଶେଷ — ୨୨. A sacrificial vessel (Apte).
୨୩. ବଟ ବୃକ୍ଷ (ହିନ୍ଦୀ - ଶବ୍ଦସାଗର) — ୨୩. Banian tree.
୨୪. ଶରାଚି ପକ୍ଷୀ (ହିନ୍ଦୀ - ଶବ୍ଦସାଗର) — ୨୪. A teal (bird)
୨୫. ଶରୀରର ଭଉଁରୀ (ହିନ୍ଦୀ - ଶବ୍ଦସାଗର) — ୨୫. A whorl or volute of furs on the body.

[ଦ୍ରଷ୍ଟବ୍ୟ —ଶବ୍ଦାର୍ଥ ଚିନ୍ତାମଣି ଅଭିଧାନ ମତରେ ବକ୍ଷସ୍ଥଳ, ମସ୍ତକ, ରନ୍ଧ୍ର, ଉପରନ୍ଧ୍ର, କପାଳ ଓ ଅପାନ ଦେଶରେ ଥିବା ଭଉଁରିମାନଙ୍କୁ ଧ୍ରୁବ ବୋଲାଯାଏ ହିନ୍ଦୀ - ଶବ୍ଦସାଗର]

୨୬. (ଫଳିତ ଜ୍ୟୋତିଷ) ଉତ୍ତରଫାଲଗୁନୀ, ଉତ୍ତରାଷାଢ଼ା, ଉତ୍ତର ଭାଦ୍ରପଦ ଓ ରୋହିଣୀ ସମ୍ୱଳିତ ନକ୍ଷତ୍ରଗଣ (ହିନ୍ଦୀ - ଶ.) —୨୬. (astrology) A group consisting of the ୧୨th, ୨୧st, ୨୬th, and the ୪th asterisms.
୨୭. ତାଳୁ ନାଲା ପଡ଼ି ଯିବା ଓ ଫୁଲିବା ରୋଗବିଶେଷ (ହିନ୍ଦୀ - ଶ.) ୨୭. A disease of the brow.,
୨୮. କୌଣସି ଦେବତାଙ୍କୁ ଅର୍ପିତ ନ ହୋଇ ସୋମରସର ଯେଉଁ ଭାଗ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରଖାଯାଇ ଥାଏ (ହିନ୍ଦୀ - ଶ.) —୨୮. A portion of the Soma-juice which is kept from morn till eve without being offered to any Deity.
୨୯. ଆକାଶ (ହିନ୍ଦୀ - ଶ) —୨୯. The sky.
୩. ପର୍ବତ (ହିନ୍ଦୀ - ଶ.) —୩୦. Mountain.

ଦେଶଜ - ବିଶେଷ୍ୟ - ପୁଂ.[ସମ୍ପାଦନା]

ଲୋକଙ୍କ ନାମ —A name given to males.

(ଧ୍ରୁବଚରଣ, ଧ୍ରୁବପଦ—ଅନ୍ୟରୂପ)

(ଧ୍ରୁବା—ସ୍ତ୍ରୀ) 

(ଧ୍ରୁବତା, ଧ୍ରୁବତ୍ୱ—ବି)

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ନିଶ୍ଚିତ; ସ୍ଥିର — ୧. Sure; certain.
୨. ଅଟଳ; ଦୃଢ଼ —୨. Fixed; firm.

ଧ୍ରୁବ ଆସନେ ଊର୍ଦ୍ଧ୍ୱବାହୁ ହୋଇ—ପ୍ରାଚୀ. ପରଚେଗୀତା

୩. ନିତ୍ୟ; ଶାଶ୍ୱତ —୩. Permanent; eternal.
୪. ଅକ୍ଷୟ —୨. Indestructible.