ନଚେଇବା
ଦେଖଣା
ନଚେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ନୃତ୍ ଧାତୁ ଣିଚ୍; ନାଚିବାର ଣିଜନ୍ତ ଆକାର)
[ସମ୍ପାଦନା]- ୧. ନୃତ୍ୟ କରାଇବା — ୧. To cause to dance.
- ୨. ଇତସ୍ତତଃ ବା ଉପରକୁ ତଳକୁ ସଞ୍ଚାଳିତ କରିବା; କମ୍ପାଇବା —୧. To move to and fro; to move up and down.
ପଚାଇ ଦେବାକୁ ଅଭିଳାଷ ଫଳ ନଚାଇ ଭୁରୁକମାଣ ଗୋ—କବିସୂର୍ଯ୍ୟ ସଂଗୀତ
- ୩. ସ୍ପନ୍ଦିତ କରାଇବା; ଦୋହଲାଇବା —୩. To dangle; to cause to oscillate.
- ୪. ଗୀତ ବୋଲି ବା ବାଦ୍ୟଯନ୍ତ୍ରାଦି ବଜାଇ ନର୍ତ୍ତକକୁ ନାଟରେ ସାହାଯ୍ୟ କରିବା —୪. To help a dancer by the accompaniment of music.
- ୫. ନୃତ୍ୟରେ ପ୍ରବୃତ୍ତ କରାଇବା —୫. To engage or induce a person to dance.
- ୬. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ବାରଂବାର ଉଠିବା ବସିବା କିମ୍ୱା ଏକସ୍ଥାନରୁ ଅନ୍ୟସ୍ଥାନକୁ ଯିବା ଆସିବା ଆଦି କର୍ମରେ ଲଗାଇ ହଇରାଣ କରିବା —୬. (figurative) To harass a person by obliging or making him to constantly move about.
- ୭. (ଲକ୍ଷଣାର୍ଥ)—ଅସ୍ଥିର କରିବା —୭. (figurative) To make a person restless.