ନଟ
ନଟ
ଉଚ୍ଚାରଣ
[ସମ୍ପାଦନା](ନଟୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନଟ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ନର୍ତ୍ତକ; ନାଟୁଆ —୧. Dancer.
- ୨. ନାଟକର ଅଭିନେତା; ନାଟ୍ୟକଳାରେ ପ୍ରବୀଣ ବ୍ୟକ୍ତି — ୨. A player in a dramatic performance; an actor.
- ୩. ଅଶୋକ ବୃକ୍ଷ —୩. Aṡoka tree.
- ୪. (ନଶ୍ ଧାତୁ+ଅଟ) ବର୍ଣ୍ଣସଙ୍କର ଜାତିବିଶେଷ — ୪. A hybrid caste.
[ଦ୍ରଷ୍ଟବ୍ୟ —ପ୍ରାଚୀନ ଭାରତର ଏକାଧିକ ସଙ୍କର ଜାତି 'ନଟ' ନାମରେ ଅଭିହିତ ହେଉଥିଲେ ଏମାନଙ୍କ ବ୍ୟବସାୟ ନୃତ୍ୟଗୀତାଦି ଥିଲା (୧): ଶୌଣ୍ଢିକ ପିତା ଓ ଶୌଚକୀ ମାତାଠାରୁ ଉତ୍ପନ୍ନ ଜାତିକୁ (୨): ମନୁଙ୍କ ମତରେ ବ୍ରାତ୍ୟ କ୍ଷତ୍ରିୟକଙ୍କଠାରୁ ଉତ୍ପନ୍ନ ଏକ କ୍ଷତ୍ରିୟ ଜାତିକୁ ଓ (୩): ମାଳାକାର ପିତା ଓ ଶୁଦ୍ରା ମାତାଠାରୁ ଉତ୍ପନ୍ନ ଜାତିକୁ ନଟ ବୋଲାଯାଉଥିଲା—ହିନ୍ଦୀ - ଶବ୍ଦସାଗର ]
୫ : ଲମ୍ପଟ ବ୍ୟକ୍ତି — ୫. Adulterer; a man of loose character.
- ୬. ଭାଣ୍ଡ —୬. A jester.
- ୭. ସଙ୍ଗୀତର ରାଗିଣୀବିଶେଷ — ୭. Name of a musical tune or air.
[ଦ୍ରଷ୍ଟବ୍ୟ —ନଟ ରାଗ ସମ୍ପୂର୍ଣ୍ଣ ଜାତିର ରାଗ; ଏଥିରେ ସବୁ ଶୁଦ୍ଧ ସ୍ୱର ଲାଗେ କେହି କେହି ଏହାକୁ ମାଲକୋଶ ରାଗର, କେହି କେହି ଶ୍ରୀରାଗର ପୁତ୍ର ବୋଲି କହନ୍ତି କେହି କେହି ଏହାକୁ ଦୀପକ ରାଗର ରାଗିଣୀ ବୋଲି କହନ୍ତି ଏହାର ଗାନ ସମୟ ଦିନର ତୃତୀୟ ପ୍ରହର ଓ ସନ୍ଧ୍ୟା (ହିନ୍ଦୀ - ଶବ୍ଦସାଗର) ଏହା ଅନ୍ୟ ରାଗ— ମାନଙ୍କ ସଙ୍ଗେ ମିଶି ଅନେକ ମିଶ୍ରରାଗ ଉତ୍ପାଦନ କରିଅଛି ଯଥା, ନଟ ମଲ୍ଲାରକ, ନଟ ବେହାଗ ଏହା ନଅ ପ୍ରକାର ବା ନବନଟ ନାମରେ ପ୍ରସିଦ୍ଧ; ଯଥା—ବୃହନ୍ନଟ ବା ନଟନାରାୟଣ, କେଦାରନଟ, କଲ୍ୟାଣନଟ, କାମୋଦନଟ, ମଲ୍ଲାରନଟ ବା ନଟମଲ୍ଲାର, ଛାୟାନଟ, କଦମ୍ୱନଟ, ହାମ୍ଭୀରନଟ ଓ ଆହାରୀନଟ—ଜ୍ଞାନେନ୍ଦ୍ର ]
- ୮. ଶ୍ୟୋନାକ; ଫଣଫଣା ଗଛ (ହିନ୍ଦୀ - ଶବ୍ଦସାଗର) — ୮. Bignonia Indica (tree).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲଟ (ଦେଖ) - —୧. Laṭa (See)
- ୨. ନଟବର ନାମକ ବ୍ୟକ୍ତିର ଡାକ ନାମ — ୨. Name by which a person named Naṭabara is called.
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷଣ - (ସଂସ୍କୃତ - ନଷ୍ଟ)
[ସମ୍ପାଦନା]ଦୁଷ୍ଟ; ନଷ୍ଟ — Wicked; wanton.
ପୀତପଟ ନଟ ନାଁ ମୋ ଆଗରେ ନ ଧର କବିସୂର୍ଯ୍ୟ କିଶୋରଚମ୍ପୁ ପ ଗୀତ