ନଡ଼ବଡ଼
ଦେଖଣା
ନଡ଼ବଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ଲଡ଼୍ ଧାତୁ=କମ୍ପିତ ହେବା)
[ସମ୍ପାଦନା]- ୧. ହୁଗୁଳା; ଶ୍ଳଥ; ନଡ଼ ନଡ଼ — ୧. Loose; slackened
- ୨. ଦୋଦୁଲ୍ୟମାନ —୨. Dangling; oscillating.
[ନୁଡ଼୍ (ଡ଼ୁ)ବୁଡ଼୍ (ଡ଼ୁ)—ଅନ୍ୟରୂପ଼]
- ୩. ଖଜବଜ; ଅସ୍ଥିର —୩. Restless.
ଶୁଳା ଖଡ଼ଖଡ଼ ଖଡ଼ଖଡ଼, ମିଛ ମାୟାରେ ପଡ଼ି ତୁ ନଡ଼ବଡ଼ ଲଡ଼ବଡ଼ ଶରୀରଭେଦ ଭଜନ
- ୩. ଚପଳ —୩. Unsteady.
- ୪. ଲମ୍ପଟ; ପରସ୍ତ୍ରୀଲୋଲୁପ — ୪. Adulterous; lascivious.
- ୫. ଯେଉଁ ଲୋକ ଦୁର୍ବଳତା ଯୋଗୁଁ ଟଳଟଳ ହେଉଥାଏ — ୫. Wavering; tottering.
- ୬. ଯେଉଁ ଲୋକ ଏକ କଥା ବା ପକ୍ଷକୁ ସ୍ଥିରଭାବରେ ଧରି ରହେ ନାହିଁ; ଚଞ୍ଚଳଚିତ୍ତ — ୬. Vacillating; fickle.
ହଜାର ଟଙ୍କା ବଇନା ନେଇ ଫେର ଏଣେ ତେଣେ କାହିଁକି ନଡ଼ବଡ଼ ହଉଚ ଭିକାରୀ ଯୌତୁକ
- ୭. ଚୋର; ପରଧନପହାରୀ — ୭. Stealing; pilfering.
- ୮. ଲହରପହର; ବୃଥା ବା ଉଦ୍ଦେଶ୍ୟହୀନଭାବରେ ଯିବା ଆସିବା କରୁଥିବା —୧. Unnecessarily walking to and fro; loitering.