Jump to content

ନଥି

ଉଇକିଅଭିଧାନ‌ରୁ

ନଥି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ) (ହିନ୍ଦୀ -ରୁ ଅନୁକୃତ; ସଂସ୍କୃତ - ନସ୍ତ=(ନାକର)ରୁ ଓ. ନଥ; ଯେଉଁ କାଗଜମାନଙ୍କର ଏକକୋଣରେ ନାକ ଫୋଡ଼ା ହେବା ପରି କଣା ହୋଇ ନତ ପରି ସୁତା ଗଳି ଥାଏ ତୁଳ ହିନ୍ଦୀ - ନାଥନା=ନାକଫୋଡ଼ିବା; ସଂସ୍କୃତ - ନସ୍ତା= ପଶୁମାନଙ୍କ ନାକରେ ଦଉଡ଼ି ଗଳାଯିବା ପାଇଁ କରାଯିବା ଛିଦ୍ର; ସଂସ୍କୃତ - ନାଥ=ପଶୁମାନଙ୍କ ନାକରେ କଣା ହୋଇ ତହିଁରେ ଗଳାଯିବା ଦଉଡ଼ି)

[ସମ୍ପାଦନା]
୧. କୌଣସି ବିଷୟ ସମ୍ପର୍କୀୟ ସମସ୍ତ କାଗଜମାନ, ଯାହା କି ଏକ କୋଣରେ ଫୋଡ଼ା ହୋଇ ସୂତାରେ ଗୁନ୍ଥାଯାଇ ଗୋଟିଏ ତାଡ଼ା କରାଯାଇ ଥାଏ —୧. A file of papers tagged together and relating to a particular subject.
୨. କୌଣସି ମକଦ୍ଦମା ସମ୍ପର୍କୀୟ ସମସ୍ତ କାଗଜପତ୍ର ଯାହା ଏକତ୍ର ଗୁନ୍ଥା ହୋଇ ରଖାଯାଇଥାଏ — ୨. Record of any case.

[ଦ୍ରଷ୍ଟବ୍ୟ —ଅଦାଲତର ନଥିମାନ ସ୍ଥୁଳତଃ ୩ ପ୍ରକାର. ଯଥା— ୧ ସରେନଉ ନଥି=ମୂଳ ମକଦ୍ଦମା ବିଚାର ସମ୍ପର୍କୀୟ ସମସ୍ତ କାଗଜ, ୨ ଅପିଲ ନଥି=ଅପିଲ ମକଦ୍ଦମା ବିଚାର ସମ୍ପର୍କୀୟ କାଗଜ ଓ ୩ ମୁତଫର୍କା ନଥି=ବାଜେ ମକଦ୍ଦମା ସମ୍ପର୍କୀୟ ସମସ୍ତ କାଗଜ ମକଦ୍ଦମା ସମ୍ପର୍କୀୟ ନଥିରୁ ଅପେକ୍ଷାକୃତ ଦରକାରୀ ଓ ଅଳ୍ପ ଦରକାରୀ ଓ ବେଦରକାରୀ କାଗଜମାନଙ୍କୁ ବାଛି ଚୋଟ ଛୋଟ ନଥି କରାଯାଏ ଓ ନିର୍ଦିଷ୍ଟ ସମୟ ପରେ ତହିଁ ମଧ୍ୟରୁ ଦରକାରୀ କାଗଜସମ୍ୱଳିତ ନଥିକୁ ମହାଫିସଖାନାରେ ସାଇତି ରଖାଯାଏ ଓ ବେଦରକାରୀ କାଗଜଗୁଡ଼ିକ ନଷ୍ଟ କରାଯଏ ବାପୋଡ଼ି ଦିଆଯାଏ ଗୋଟିଏ ନଥିରେ ଥିବା ଦରକାରୀ, କମ ଦରକାରୀ ଓ ବେଦରକାରୀ କାଗଜମାନଙ୍କ ନଥିକୁ ଯଥାକ୍ରମେ A file (ଏ ଫାଇଲ), B file (ବି ଫାଇଲ) ଓ C file (ସି ଫାଇଲ) ବୋଲାଯାଏ]