Jump to content

ନଦିଆ କୀର୍ତ୍ତନ

ଉଇକିଅଭିଧାନ‌ରୁ

ନଦିଆ କୀର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ନଦିଆ ସଂକୀର୍ତ୍ତନ, ନଦିଆ ଗାଉଣାଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନବଦ୍ୱୀପ ଓ କୀର୍ତ୍ତନ)

[ସମ୍ପାଦନା]

ଚୈତନ୍ୟ ମହାପ୍ରଭୁଙ୍କ ଅମଳରୁ ଓଡ଼ିଶାରେ ଚଳୁଥିବା ବଙ୍ଗଳାଭାଷା ଓ ବଙ୍ଗଳା ସ୍ୱର ମିଶା ସଂକୀର୍ତ୍ତନ — The mode of chanting hymus accompanied by music, as it prevails in Nabadwīpa.

[ଦ୍ରଷ୍ଟବ୍ୟ —ଓଡ଼ିଆମାନଙ୍କ ଦେଶୀ ସଂକୀର୍ତ୍ତନରେ ଏକାଧିକ ମୃଦଙ୍ଗ ଓ ଅନେକ ଯୋଡ଼ା ବଡ଼ ଝାଞ୍ଜ ବ୍ୟବହୃତ ହୁଏ ଓଡ଼ିଶୀ ସଂକୀର୍ତ୍ତନରେ ବୋଲାଯିବା ଓଡ଼ିଆମିଶା ବିକୃତ ବଙ୍ଗଳା ପଦମାନ ମୃଦଙ୍ଗ ବାଡ଼ିଆ ଓ ଝାଞ୍ଜ ପିଟାର କର୍ଣ୍ମପୀଡ଼ାଦୟକ ଧ୍ୱନିରେ ଲୁଚିଯାଏ ଓଡ଼ିଆ ସଂକୀର୍ତ୍ତନିଆମାନେ ସଂକୀର୍ତ୍ତନକୁ ମୃଦଙ୍ଗପିଟା ଓ ଝାଞ୍ଜପିଟାରେ ପରିଣତ କରିଥିଲେ କିନ୍ତୁ କ୍ରମଶଃ ତହିଁ ପରିବର୍ତ୍ତରେ ଓଡ଼ିଶାର ସ୍ଥାନେ ସ୍ଥାନେ ନଦିଆ କୀର୍ତ୍ତନ ଚଳିଲାଣି ନଦୀଆ କୀର୍ତ୍ତନରେ ଚୈତନ୍ୟ ସମ୍ପ୍ରଦାୟଙ୍କ ଗୀତ ବଙ୍ଗଳା ପଦମାନ ବୋଲାଯାଏ ଓ ଏକ ଦଳରେ ଓଡ଼ିଶୀ ମୃଦଙ୍ଗ ଅପେକ୍ଷା ଛୋଟ ମୃଦଙ୍ଗ ଗୋଟିଏ ଓ ୨୩: ହଳ କୁବୁଜୀ (ଛୋଟ ଝାଞ୍ଜ) ସୁମଧୁର ଭାବରେ ବଜାଯାଏ ନଦିଆ କୀର୍ତ୍ତନରେ ବୋଲାଯିବା ଶୁଦ୍ଧତର ବଙ୍ଗଳା ପଦମାନ ଓ ମିଷ୍ଟତର ବାଦନ କର୍ଣ୍ଣରସାୟନ ହୁଏ ଏଥିପାଇଁ ଶିକ୍ଷିତ ଲୋକେ 'ନଦିଆ ଗାଉଣା' ଓ 'ନଦିଆ ବାଜଣା'କୁ ଆଦର କରନ୍ତି ଓ କ୍ରମଶଃ ଓଡ଼ିଶାରୁ କୀର୍ତ୍ତନରେ ଓଡୢଶୀ ଗାଉଣା ଓ ଓଡ଼ିଶୀ ବାଜଣା କମି ଯାଉଛି]