Jump to content

ନନା

ଉଇକିଅଭିଧାନ‌ରୁ

ନନା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମାତା (ହିନ୍ଦୀ - ଶ.) —୧. Mother.
୨. କନ୍ୟା (ହିନ୍ଦୀ - ଶ.) —୨. Daughter.
୩. ବାକ୍ୟ (ହିନ୍ଦୀ - ଶ.) —୩. Word; utterance.



ନନା

ଉଚ୍ଚାରଣ

[ସମ୍ପାଦନା]
(ନନୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - [ତୁଳ. ଦ୍ରା. ନନା=ପିଉସୀ; ସମ୍ଭବତଃ ଦ୍ରା. ନାନୀ (ବଡ଼ଭଉଣୀ) ଓଡ଼ିଆରେ ସେହି ଅର୍ଥରେ ବ୍ୟବହୃତ ହୋଇ ଉକ୍ତ ଶବ୍ଦର ବିପରୀତଲିଙ୍ଗ ରୂପେ 'ନନା' ଶବ୍ଦ ଚଳିଅଛି]

[ସମ୍ପାଦନା]
୧. ଜ୍ୟେଷ୍ଠଭ୍ରାତା; ବଡ଼ଭାଇ; ଭଇନନା; ଭାଇନା —୧. Elder brother.

ଡାକିବାରୁ ସିନା ଯେ ଯୁଧିଷ୍ଠିର ନନା ହାରିଲେ ଖେଳେ ଭାଇ ତୁଲେ ପ୍ରିୟାଙ୍ଗନା କୃଷ୍ଣସିଂହ. ମହାଭାରତ ବନ

[ଦ୍ରଷ୍ଟବ୍ୟ —ମତାନ୍ତରେ ସଂସ୍କୃତ - ନୃ ଶବ୍ଦର ୧ମା. ୧ବ. ନା; ନ ନା= ଯେ ନର ନୁହନ୍ତି ଅର୍ଥାତ୍ ଦେବତା; ଅତଏବ ମାନ୍ୟ ବ୍ୟକ୍ତିଙ୍କୁ 'ନନା' ବୋଲି ସମ୍ୱୋଧନ କରିବା ସ୍ୱାଭାବିକ

ଋକ୍ୱେଦ ୯୧୧୨୩:ରେ 'ନନା' ଶବ୍ଦ 'ମାତା' ଅର୍ଥରେ ବ୍ୟବହୃତ ହିନ୍ଦିରେ ମାତାମାହଙ୍କୁ ନନ୍ନା ଓ ନାନା ବୋଲାଯାଏ]

୨. କଥାପ୍ରସଙ୍ଗରେ ଯାହାକୁ ବଡ଼ଭାଇ ବୋଲି ସଂବୋଧନ କରାଯାଏ —୨. One addressed as an elder brother.

ବିଲୁଆନନା ଘର ପୋଡ଼ିଗଲା ପଛକୁ ଅନା ଶିଶୁଗୀତ

୩. ବ୍ରାହ୍ମଣଙ୍କ ପ୍ରତି ବ୍ରାହ୍ମଣେତର ଜାତିର ସାଧାରଣ ସଂବୋଧନ —୩. A word used in addressing a Brāhmaṇa (generally) by a non-Brāhmaṇa.

ପ୍ରାଦେଶିକ - (ପୁରୀଜିଲ୍ଲାର ବ୍ରାହ୍ମଣଙ୍କ ବ୍ୟବହୃତ ଶବ୍ଦ; ତେଲୁଗୁ - ନାଇନା)

[ସମ୍ପାଦନା]
୪. ପିତା; ବାପ —୪. Father.
୫. ଗୃହକର୍ତ୍ତା —୫. The male head of a house.

ନନାଙ୍କର ପାଠେ ତ ନାନୀଙ୍କର ପାଠେ ଢଗ

୬. ନନା ଗୋସାଇଁ (ଦେଖ) - ୬. Nanā gosāiñ (See)

ପ୍ରାଦେଶିକ - (ସମ୍ୱଲପୁର) ବୈଦେଶିକ - ବିଶେଷ୍ୟ - (ଦ୍ରା. ନନା=ପିଉସୀ)

[ସମ୍ପାଦନା]

ପିଉସୀ —Father's sister.