ନନ୍ଦନ
ଦେଖଣା
ନନ୍ଦନ
ଉଚ୍ଚାରଣ
[ସମ୍ପାଦନା](ନନ୍ଦନା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ)
[ସମ୍ପାଦନା]- ୧. ସୁତ; ପୁତ୍ର; ପୁଅ —୧. Son
- ୨. ନନ୍ଦନ କାନନ; ବନବିଶେଷ; ସ୍ୱର୍ଗସ୍ଥ ଇନ୍ଦ୍ରଙ୍କର କ୍ରୀଡ଼ୋଦ୍ୟାନ —୨. The pleasure-garden of Indra in Heaven.
- ୩. ଆସାମରେ କାମଖ୍ୟା ଦେଶର ପର୍ବତବିଶେଷ — ୩. Name of a mountain in Assam.
[ ଦ୍ର—ହିନ୍ଦୁ ପୁରାଣ ମତରେ କାମାଖ୍ୟା ଦେବୀଙ୍କର ପୂଜା କରିବା ଫାଇଁ ଇନ୍ଦ୍ର ସର୍ବଦା ଏ ପର୍ବତରେ ରହନ୍ତି ଏଥିପାଇଁ ଲୋକେ ଏ ପର୍ବତକୁ ଯାଇ ଇନ୍ଦ୍ରଙ୍କର ପୂଜା କରନ୍ତି ହିନ୍ଦୀ - ଶବ୍ଦସାଗର ]
- ୪. ଭେକ —୪. Frog.
- ୫. ବିଷ୍ଣୁଙ୍କ ନାମ —୫. A name of Bishṇu.
- ୬. ଶିବ; ମହାଦେବ —୬. Ṡiba.
- ୭. କାର୍ତ୍ତିକେୟଙ୍କ ଅନୁଚରବିଶେଷ — ୭. Name of an attendant of Kārttikeya.
- ୮. ବିଷବିଶେଷ (ହିନ୍ଦୀ - ଶବ୍ଦସାଗର) — ୮. A kind of poison.
- ୯. ବାସ୍ତୁ ଶାସ୍ତ୍ରା ଅନୁସାରେ ୩୨: ହାତ ବିସ୍ତାର ଓ ୧୬: ଶୃଙ୍ଖ— ବିଶିଷ୍ଟ ଷଟ୍କୋଣ ଗୃହ (ହିନ୍ଦୀ - ଶବ୍ଦସାଗର) — ୯. Name of a hexagonal room with ୧୬ turrets, and ୩୨ cubits wide.
- ୧. କେଶର (ହିନ୍ଦୀ - ଶ.) —୧୦. Saffron.
- ୧୧. ଚନ୍ଦନ (ହିନ୍ଦୀ - ଶ.) —୧୧. Sandal.
- ୧୨. ମେଘ (ହିନ୍ଦୀ - ଶ.) —୧୨. Cloud.
- ୧୩. ଫଳିତ ଜ୍ୟୋତିଷ ଗଣନାକ୍ରମେ ୬ ସଂବତ୍ସର ମଧ୍ୟରୁ ଷଡ଼ବିଂଶ ସଂବତ୍ସର —୧୩. Name of the ୨୬th out of the ୬୦ years according to Hindu astrological calculation.
[ ଦ୍ର—ଏ ବର୍ଷ ପୃଥିବୀ ପୂର୍ଣ୍ଣଶସ୍ୟା ହୁଏ; ଲୋକେ ନୀରୋଗ ଓ ଗାଭୀମାନେ ପ୍ରଚୁର ଦୁଗ୍ଧବତୀ ହୁଅନ୍ତି—ହିନ୍ଦୀ - ଶ. ]
- ୧୪. ୧୮: ଅକ୍ଷରବିଶିଷ୍ଟ ବର୍ଣ୍ଣବୃତ୍ତବିଶେଷ —୧୪. Name of a Sanscrit metre with ୧୮ syllables.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଆନନ୍ଦଦାୟକ — Pleasing; gladdening; giving pleasure.