Jump to content

ନବନିଧି

ଉଇକିଅଭିଧାନ‌ରୁ

ନବନିଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନଅ ପ୍ରକାର ରତ୍ନ; କୁବେରଙ୍କ ନିକଟରେ ଥିବା ୯ ପ୍ରକାର ରତ୍ନ (ଯଥା—ମୋତି ବା ମୁକ୍ତା, ମାଣିକ, ବୈଦୁର୍ଯ୍ୟ, ଗୋମେଦ, ବଜ୍ର ବା ହୀରକ, ବିଦ୍ରୂମ ବା ପ୍ରବାଳ; ପଦ୍ମରାଗ, ମରକତ ଓ ନୀଳକାନ୍ତ) —The nine gems said to be in possession of Kubera, the God of wealth.

ବିଚାରେ କୁବେର ନବନିଧି ଘେନି ଠାବେ ଠାବେ ଅଛି ରହି ଯେ ଭଞ୍ଜ. ବୈଦେହୀଶବିଳାସ

[ଦ୍ରଷ୍ଟବ୍ୟ —ପୁରାଣ ମତରେ ଏ ନଅ ପ୍ରକାର ନିଧି ପ୍ରତ୍ୟେକେ ଗୋଟିଏ ଗୋଟିଏ ଗ୍ରହଙ୍କ ପ୍ରିୟ ନିଧି ଅଟେ ଓ ତାହା ସେହି ଗ୍ରହଙ୍କ B

ଦୋଷଶାନ୍ତି ପାଇଁ ଦାନ କରାଯାଏ ବା ଶରୀରରେ ଧାରଣ କରାଯାଏ ମୋତି ବା ମୁକ୍ତା—ବୃହସ୍ପତିଙ୍କର, ମାଣିକ୍ୟ—ରବିଙ୍କର, ବୈଦୁଯ୍ୟ—କେତୁଙ୍କର, ଗୋମେଦ—ରାହୁଙ୍କର, ହୀରକ ବା ବଜ୍ର—ଶୁକ୍ରଙ୍କର, ବିଦ୍ରୁମ ବା ପ୍ରବାଳ—ମଙ୍ଗଳଙ୍କର, ପଦ୍ମରାଗ ବା ପୁଷ୍ପରାଗ—ଚନ୍ଦ୍ରଙ୍କର, ମରକତ ବା ପାରା—ବୁଧଙ୍କର, ନୀଳକାନ୍ତ ବା ଇନ୍ଦ୍ରନୀଳ ଶନିଙ୍କର, କିନ୍ନ ହିନ୍ଦୀ - ଶବ୍ଦସାଗର ନବ ରତ୍ନ ତଳେ ନୋଟ୍ରେ ଲେଖିଅଛନ୍ତି ଯେ ସୂର୍ଯ୍ୟଙ୍କ ଦୋଷଶାନ୍ତି ପାଇଁ ଲହସୁନିଆ (ବୈଦୁର୍ଯ୍ୟ) ଚନ୍ଦ୍ରମାଙ୍କ ପାଇଁ ନୀଳାମ (ନୀଳକାନ୍ତ), ମଙ୍ଗଳଙ୍କ ପାଇଁ ମାଣିକ (ମାଣିକ୍ୟ), ବୁଧଙ୍କ ପାଇଁ ପୁଗରାଜ (ପଦ୍ମରାଗ), ବୃହସ୍ପତିଙ୍କ ପାଇଁ ମୋତିକାନ୍ତ, ଶୁକ୍ରଙ୍କ ପାଇଁ ହୀରା (ହୀରକ), ଶନିଙ୍କ ପାଇଁ ନୀଳମ୍ (ନୀଳ), ରାହୁଙ୍କ ପାଇଁ ଗୋମେଦ ଓ କେତୁଙ୍କ ପାଇଁ ପନ୍ନା (ମରକତ)